ନବୀନ କୋଟିପତି: ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା। ତାଙ୍କର କୌଣସି ଦାମୀ ଗାଡ଼ି ନାହିଁ।  ୧୯୮୦ ମସିହା ମଡେଲର ଏକ ପୁରୁଣା ଆମ୍ବାସଡର କାର୍ ଅଛି। ବ୍ୟାଙ୍କ ଆକାଉଣ୍ଟରେ ଅଛି ପ୍ରାୟ ୨୪ ଲକ୍ଷ ୫୦ହଜାର ଟଙ୍କା।  ନୂଆଦିଲ୍ଲୀର ଘର ଓ ଭୁବନେଶ୍ୱରର ନବୀନ ନିବାସରେ ତାଙ୍କର ଅଂଶଧନ ଅଛି। ଏସବୁ ସମ୍ପତ୍ତି କିନ୍ତୁ ସେ ନିଜେ କରି ନାହାଁନ୍ତି,ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି।  ୨୦୧୫ ମାର୍ଚ୍ଚରେ ବଡ଼ ଭଉଣୀ ଗୀତା ମେହେଟାଙ୍କଠାରୁ ସେ […]

naveen-nivas

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 05:34 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା। ତାଙ୍କର କୌଣସି ଦାମୀ ଗାଡ଼ି ନାହିଁ।  ୧୯୮୦ ମସିହା ମଡେଲର ଏକ ପୁରୁଣା ଆମ୍ବାସଡର କାର୍ ଅଛି। ବ୍ୟାଙ୍କ ଆକାଉଣ୍ଟରେ ଅଛି ପ୍ରାୟ ୨୪ ଲକ୍ଷ ୫୦ହଜାର ଟଙ୍କା।  ନୂଆଦିଲ୍ଲୀର ଘର ଓ ଭୁବନେଶ୍ୱରର ନବୀନ ନିବାସରେ ତାଙ୍କର ଅଂଶଧନ ଅଛି। ଏସବୁ ସମ୍ପତ୍ତି କିନ୍ତୁ ସେ ନିଜେ କରି ନାହାଁନ୍ତି,ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି।  ୨୦୧୫ ମାର୍ଚ୍ଚରେ ବଡ଼ ଭଉଣୀ ଗୀତା ମେହେଟାଙ୍କଠାରୁ ସେ ୧୫ ଲକ୍ଷ ଟଙ୍କା ଋଣ ଆଣିଛନ୍ତି।  ୨୦୧୬-୧୭  ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମ୍ପତ୍ତି ତାଲିକାରେ ଏହି ସବୁ ତଥ୍ୟ ରହିଛି।

ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳର ଅଧିକାଂଶ ମନ୍ତ୍ରୀ ମଧ୍ୟ କୋଟିପତି। ପ୍ରଦୀପ ମହାରଥୀଙ୍କ ପରିବାରର ସଂପତ୍ତି ୬ ବର୍ଷରେ ୩ ଗୁଣ ବଢ଼ି ୪ କୋଟି ୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ମହାରଥୀଙ୍କ ନିଜ ସମ୍ପତ୍ତି୨ କୋଟି ୭୫ ଲକ୍ଷରୁ ଅଧିକ। ସ୍ତ୍ରୀ  ଅଧ୍ୟାପିକା ହୋଇଥିଲେ ମଧ୍ୟ ତାଙ୍କର ସଂପତ୍ତି ୧ କୋଟି ୩୩ ଲକ୍ଷ ଟଙ୍କା। ନବୀନଙ୍କ କ୍ୟାବିନେଟର ଅନ୍ୟତମ କୋଟିପତି ମନ୍ତ୍ରୀ ହେଉଛନ୍ତି ମହେଶ୍ୱର ମହାନ୍ତି।  ତାଙ୍କ ସ୍ତ୍ରୀଙ୍କ ନାଁରେ ଆଗରୁ ୩ଟି ବସ୍ ଥିଲା।  ଏବେ ସେ ଆଉ ଏକ ବସ୍ କିଣିଛନ୍ତି। ଏଥିପାଇଁ ବ୍ୟାଙ୍କରୁ ଋଣ ନେଇଛନ୍ତି। ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟ  ମଧ୍ୟ କୋଟିପତି।

Related story