ଭାରସାମ୍ୟ ହରାଇ ଗଛକୁ ପିଟିଲା ଆମ୍ୱୁଲାନ୍ସ: ୩ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବନ୍ଧଗୁଡ଼ା ନିକଟରେ ଗୋଟିଏ ୧୦୮ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ୱିତ ରାତିରେ ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତାର ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲା ଆମ୍ୱୁଲାନ୍ସ। ଆହତ ୩ ଜଣ କର୍ମଚାରୀଙ୍କୁ  ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି। ଆମ୍ୱୁଲାନ୍ସଟି ଜୟପୁରରୁ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 09:27 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବନ୍ଧଗୁଡ଼ା ନିକଟରେ ଗୋଟିଏ ୧୦୮ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତକାଲି ବିଳମ୍ୱିତ ରାତିରେ ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତାର ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲା ଆମ୍ୱୁଲାନ୍ସ।

ଆହତ ୩ ଜଣ କର୍ମଚାରୀଙ୍କୁ  ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି। ଆମ୍ୱୁଲାନ୍ସଟି ଜୟପୁରରୁ କାଲିମେଳା ଯାଉଥିଲା। ଆମ୍ୱୁଲାନ୍ସରେ କୌଣସି ରୋଗୀ ନଥିବା ଜଣାପଡ଼ିଛି।

Related story