ସତ ହେଲା ଷ୍ଟିଫେନ୍‌ ହାକିଂଙ୍କ କଥା: ପୃଥିବୀ ବାହାରେ ରହିଛି ଅଦୃଶ୍ୟ ଦୁନିଆ

ବ୍ରହ୍ମାଣ୍ଡର ରହସ୍ୟ ଖୋଲିଥିବା ବିଶ୍ୱର ସବୁଠାରୁ ବଡ଼ ବୈଜ୍ଞାନିକ ଷ୍ଟିଫେନ୍‌ ହାକିଂ ଆଉ ନାହାଁନ୍ତି। ହେଲେ ସେ ବିଜ୍ଞାନ ଜଗତକୁ ଦେଇ ଯାଇଥିବା ତଥ୍ୟ ସବୁଦିନ ପାଇଁ ଗ୍ରନ୍ଥ ଭଳି ରହିବ। ଗତ ୧୩ ତାରିଖରେ ହାକିଂଙ୍କ ପରଲୋକ ହୋଇଥିଲା। ତେବେ ମୃତ୍ୟୁ ପୂର୍ବରୁ ବ୍ରହ୍ମାଣ୍ଡକୁ ନେଇ ସେ ଆଶ୍ଚର୍ଯ୍ୟ ହେବା ଭଳି ଏକ ତଥ୍ୟ ଦେଇଥିଲେ। ଏହା ବିଗ୍‌ ବ୍ୟାଙ୍ଗ ପୂର୍ବର ସଂସାର ସମ୍ପର୍କରେ। ଯାହାକୁ ଶୁଣି ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଛି। ସେ କହିଥିବା […]

univers

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 06:55 PM IST

ବ୍ରହ୍ମାଣ୍ଡର ରହସ୍ୟ ଖୋଲିଥିବା ବିଶ୍ୱର ସବୁଠାରୁ ବଡ଼ ବୈଜ୍ଞାନିକ ଷ୍ଟିଫେନ୍‌ ହାକିଂ ଆଉ ନାହାଁନ୍ତି। ହେଲେ ସେ ବିଜ୍ଞାନ ଜଗତକୁ ଦେଇ ଯାଇଥିବା ତଥ୍ୟ ସବୁଦିନ ପାଇଁ ଗ୍ରନ୍ଥ ଭଳି ରହିବ। ଗତ ୧୩ ତାରିଖରେ ହାକିଂଙ୍କ ପରଲୋକ ହୋଇଥିଲା। ତେବେ ମୃତ୍ୟୁ ପୂର୍ବରୁ ବ୍ରହ୍ମାଣ୍ଡକୁ ନେଇ ସେ ଆଶ୍ଚର୍ଯ୍ୟ ହେବା ଭଳି ଏକ ତଥ୍ୟ ଦେଇଥିଲେ। ଏହା ବିଗ୍‌ ବ୍ୟାଙ୍ଗ ପୂର୍ବର ସଂସାର ସମ୍ପର୍କରେ। ଯାହାକୁ ଶୁଣି ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଛି।

ସେ କହିଥିବା କଥା ଅନୁସାରେ ନାସାର ସାଇଣ୍ଟିଷ୍ଟମାନେ ତଥ୍ୟ ପାଇଛନ୍ତି, ଯାହା ପ୍ରକୃତରେ କଳ୍ପନା କରିବା ବାହାରେ। ନାସାର ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଟେଲିସ୍ପୋପ୍‌ ସାହାଯ୍ୟରେ ରେଲିକ ଗ୍ୟାଲେକ୍ସିର ସନ୍ଧାନ କରାଯାଇଛି। ଆପଣ ବିଶ୍ୱାସ କରିପାରିବେ ନାହିଁ, ଆମ ଆକାଶଗଙ୍ଗା ତୁଳନାରେ ଏହି ରେଲିକ୍‌ ଗ୍ୟାଲେକ୍ସିରେ ଦୁଇଗୁଣା ଅଧିକ ତାରା ଅଛି। ଏହା ଏପର୍ଯ୍ୟନ୍ତ ପଦାକୁ ଆସି ନଥିଲା। ଏଠାରେ ହାକିଂଙ୍କ ଗୋଟିଏ କଥା ସତରେ ପରିଣତ ହୋଇଛି। ଏକଦା ସେ କହିଥିଲେ, “ସ୍ପେସ୍‌ରେ ଆପଣ ଯେଉଁଠୁ ବି ଆରମ୍ଭ କର, ଆପଣଙ୍କୁ ଶେଷ ମିଳିବ ନାହିଁ। କାରଣ ସ୍ପେସ୍‌ର ଅନ୍ତ ନାହିଁ। ଆପଣଙ୍କୁ ସବୁଥର ଲାଗିବ ଆପଣ ଯେଉଁଠୁ ଆରମ୍ଭ କରିଥିଲେ ସେହିଠାରେ ହିଁ ଛିଡା ହୋଇଛନ୍ତି।”

ଏହା ମଧ୍ୟ ସେପରି କିଛି। ବୈଜ୍ଞାନିକମାନେ ପ୍ରଥମେ ଆକାଶଗଙ୍ଗାର ସନ୍ଧାନ କରିଥିଲେ ଓ ଏବେ ରେଲିକ ଗ୍ୟାଲେକ୍ସିର ସନ୍ଧାନ କରିଛନ୍ତି। କୁହାଯାଉଛି ରେଲିକ ଗ୍ୟାଲେକ୍ସି ଆକାଶଗଙ୍ଗାର ପଛ ଅଂଶରେ ସନ୍ଧାନ କରାଯାଇଛି। ଏହା ପୂର୍ବରୁ ବୈଜ୍ଞାନିକମାନେ ଭାବୁଥିଲେ NGC 1277 ରେ ଆକାଶଗଙ୍ଗା ପରି ଗୋଲାକାର ସମୂହ ନାହିଁ।

ଆକାଶଗଙ୍ଗାରେ ନୀଳ ଓ ଲାଲ ରଙ୍ଗର ମେଟାଲ ରହିଛି। କିନ୍ତୁ NGC 1277 ରେ ବ୍ଲ୍ୟୁ ଗୋବ୍ଲର କ୍ଲଷ୍ଟର କମ ରହିଛି। ସ୍ପେନ୍‌ର ଲା ଲାଗୁନା ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ରଖୁଥିବା ମାଇକେଲ ବେସ୍ଲି କହିଛନ୍ତି, “ମୁଁ ଦୀଘ୍ର ଦିନରୁ ଗ୍ଲୋବାଲ କ୍ଲଷ୍ଟରର ଅଧ୍ୟୟନ କରୁଛି, କିନ୍ତୁ ଏପରି ଗ୍ଲୋବାଲ କ୍ଲଷ୍ଟର ପ୍ରଥମ ଥର ଦେଖିଲି।”

Related story