ଭାରତରୁ ପାଇଲେ ଚା’ ତିଆରି ଆଇଡିଆ, ଏବେ କୋଟିପତି

ୱାଶିଂଟନ୍: ସାଧାରଣତଃ ଚା’ ପିଇବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଚା’ ବିକ୍ରି କରି କିଏ କୋଟିପତି ହୋଇଛି କେବେ ଶୁଣିଛନ୍ତି। ଚା’ ବିକ୍ରି କରି ଜଣେ ଆମେରିକୀୟ ମହିଳା କୋଟିପତି ବନି ଯାଇଛନ୍ତି। ସେ ହେଲେ ଆମେରିକାର  ବ୍ରୁକ୍‌ ଏଡି। ଏଡି ଚା’ ବିକ୍ରି କରି ୩୫ ମିଲିୟନ ଡଲାର ତଥା ୨୨୭ କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି। ମଜାଦାର କଥା ହେଲା ଏହି ଚା’ ବିକ୍ରି କରିବାର ଆଇଡିଆ ସେ ଭାରତରୁ ପାଇଥିଲେ। ୨୦୦୨ […]

tea

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 12:06 PM IST

ୱାଶିଂଟନ୍: ସାଧାରଣତଃ ଚା’ ପିଇବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଚା’ ବିକ୍ରି କରି କିଏ କୋଟିପତି ହୋଇଛି କେବେ ଶୁଣିଛନ୍ତି। ଚା’ ବିକ୍ରି କରି ଜଣେ ଆମେରିକୀୟ ମହିଳା କୋଟିପତି ବନି ଯାଇଛନ୍ତି। ସେ ହେଲେ ଆମେରିକାର  ବ୍ରୁକ୍‌ ଏଡି। ଏଡି ଚା’ ବିକ୍ରି କରି ୩୫ ମିଲିୟନ ଡଲାର ତଥା ୨୨୭ କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି।

ମଜାଦାର କଥା ହେଲା ଏହି ଚା’ ବିକ୍ରି କରିବାର ଆଇଡିଆ ସେ ଭାରତରୁ ପାଇଥିଲେ। ୨୦୦୨ ମିହାରେ  ସେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ଭାରତୀୟ ଚା’ର ସ୍ୱାଦ ତାଙ୍କୁ ପାଗଳ କରି ଦେଇଥିଲା। ଭାରତ ଗସ୍ତ ସାରି ସେ ଆମେରିକା ଗଲା ପରେ, ସେଠାରେ ଥିବା କିଛି  କ୍ୟାଫେରେ ଯାଇ ଚା’ ପିଇଥିଲେ। ହେଲେ ଚା’ର ସେହି ସ୍ୱାଦ ସେ ପାଇ ନଥିଲେ। ହେଲେ ସେ ତାଙ୍କର ଆଶା ଛାଡ଼ି ନଥିଲେ। ସେ ନିଜେ ଚା’ ବ୍ୟବସାୟ କରିବାକୁ ଚିନ୍ତା କରିଥିଲେ।

୨୦୦୭ ମସିହାରେ ଭକ୍ତି ଚା’ ନାମରେ ସେ ଏକ ଚା’ ବ୍ୟବସାୟ ଆରମ୍ଭ କରିଥିଲେ। ଏଡି ଆରମ୍ଭ କରିଥିବା ଏହି ନୂତନ ଯାତ୍ରାରେ ବେଶ୍ ସଫଳତା ପାଇଛନ୍ତି। କିଛିଦିନ ମଧ୍ୟରେ ଆମେରିକା ଲୋକେ ତାଙ୍କ ଚା’ ପିଇବା ପାଇଁ ପାଗଳ ହୋଇଗଲେ। ଏବେ ଏଡିଙ୍କ ନିକଟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି।

ଏଡି ଚା’ ସହ ଅନେକ ଏକ୍ସପେରିମେଣ୍ଟ କରିଛନ୍ତି। ଆଜି ତାଙ୍କର ଏକ ୱେବସାଟ୍‌ ରହିଛି। ଯାହାର ସାହାଯ୍ୟରେ ସେ ଏହି ଚା’ର ପ୍ରମୋଟ ଆମେରିକାରେ କରୁଛନ୍ତି।

Related story