କାଲି ଗୋମତିଙ୍କ ଘରେ ଭାତ-ଡାଲି ଖାଇବେ ଅମିତ, ଜାଣନ୍ତୁ ଆଉ କ’ଣ ହୋଇଛି ବ୍ୟବସ୍ଥା

ବଲାଙ୍ଗିର,(ଓଡ଼ିଶା ରିପୋର୍ଟର): ପୁଣି ବିଜେପି ଟାର୍ଗେଟରେ ପଶ୍ଚିମ ଓଡ଼ିଶା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କଳାହାଣ୍ଡିର ଭବାନୀପାଟଣାର ମହାସମାବେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବା ଲମ୍ବା ଅଭିଯୋଗ ରଖିଥିଲେ । ୧୯ ନିର୍ବାଚନକୁ ଆଖିଆଗରେ ରଖି ବିଜେପିର ଏହା ଏକ ମେଗା ରଣନୀତି ହୋଇଥିବା ବେଳେ ଆସନ୍ତାକାଲି ଅମିତ ଶାହ ବଲାଙ୍ଗିରରେ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। […]

Shaha-1

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 08:25 PM IST

ବଲାଙ୍ଗିର,(ଓଡ଼ିଶା ରିପୋର୍ଟର): ପୁଣି ବିଜେପି ଟାର୍ଗେଟରେ ପଶ୍ଚିମ ଓଡ଼ିଶା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କଳାହାଣ୍ଡିର ଭବାନୀପାଟଣାର ମହାସମାବେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବା ଲମ୍ବା ଅଭିଯୋଗ ରଖିଥିଲେ । ୧୯ ନିର୍ବାଚନକୁ ଆଖିଆଗରେ ରଖି ବିଜେପିର ଏହା ଏକ ମେଗା ରଣନୀତି ହୋଇଥିବା ବେଳେ ଆସନ୍ତାକାଲି ଅମିତ ଶାହ ବଲାଙ୍ଗିରରେ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମହେଶ୍ୱର ସୁନାଙ୍କ ଘରେ ଖୁସି କହିଲେ ନ ସରେ। ମହେଶ୍ୱର ସୁନାଙ୍କ ପରିବାର ସଦସ୍ୟ ଗୋମତି ସୁନା ଲୋକେ କହିଛନ୍ତି ଯେ, ଆମେ କେଉଁ ଜନ୍ମରେ କ’ଣ ଭଲ କାମ କରିଥିଲୁ ବୋଲି ଆମ କୁଡ଼ିଆ ଘରେ ତାଙ୍କ ପାଦ ପଡ଼ୁଛି।

କଳାହାଣ୍ଡି କାର୍ଯ୍ୟକ୍ରମ ପରେ ଆଜି ଭବାନୀପାଟଣା ସର୍କିଟ ହାଉସରେ ରାତ୍ରୀଯାପନ କରିବେ ଅମିତ ଶାହ।   ଆସନ୍ତାକାଲି ଅମିତଙ୍କ ବଲାଙ୍ଗିର ଗସ୍ତ ରହିଛି।  ଭବାନୀପାଟଣାରୁ କାର ଯୋଗେ ବଲାଙ୍ଗିର ଯିବେ ଅମିତ।   ରାସ୍ତା ତମାମ ଅନେକ କାଯର୍ୟାକ୍ରମ ରହିଛି। ଏଭିତରେ ଦୁଇଟି   ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।  ପ୍ରଥମେ ସଇଁନ୍ତଲା ନିକଟସ୍ଥ ବେନିଆବନ୍ଧ ଗାଁକୁ ଯିବା ସହ, ଦେଓଗାଁରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଦେଓଗାଁକୁ ଅମିତ ଆସୁଥିବାରୁ ଗାଁ ଲୋକେ ବି ଖୁସି । ସଇଁନ୍ତଲାରୁ ସିଧା ଆସି ଅମିତ ପହଞ୍ଚିବେ ଦେଓଗାଁରେ। ୧୧ ଟା ୪୫ ରେ ଦେଓଗାଁ ପହଞ୍ଚିବାର କାଯର୍ୟାକ୍ରମ ରହିଛି।   ଦେଓଗାଁରେ ରୋଡ ସୋ’ ପରେ, ହରିଜନ ପଡାର ଦଳିତ ଘର ମହେଶ୍ୱର ସୁନାଙ୍କ ଘରକୁ  ଯିବେ ଅମିତ ।

ସେଇଠି ଅମିତ ଓ ଟିମ ପାଇଁ ହେବ  ମଧ୍ୟାହ୍ନ ଭୋଜନର ଆୟୋଜନ।   ତେଣୁ ହରିଜନ ବସ୍ତିର କଲୋନୀ ପଡାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେଣୁ  ମହେଶ୍ୱର ସୁନାଙ୍କ ଘରେ ଆନନ୍ଦ କହିଲେ ନସରେ ।  କାରଣ ମାଟିଝାଟି ଘରକୁ ଆସିବେ ଅମିତ।   ଘରୋଇ ଭାବରେ ପ୍ରସ୍ତୁତ ହେବ ଦେଶୀ ଖାଦ୍ୟ ।  ଖାଦ୍ୟ ମେନୁ ପୂରା ଦେଶୀ।   ଭାତ, ଦେଶୀ ମୁଗଡାଲି, ବଡି, ବହଳ କଢୋ, ନିମ୍ବ ଫୁଲ ଭଜା, ଆମ୍ବିଲ ଓ ଶାଗର ବ୍ୟଞ୍ଜନ ପ୍ରସ୍ତୁତ ହେବ। ଏଥି ସହିତ, ଅମିତଙ୍କୁ ପରସା ଯିବ ଏ ଅଂଚଳର ପ୍ରସିଦ୍ଧ ଆରିସା ପିଠା।   ତେଣୁ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଜେପି କର୍ମୀ।   ଆଉ ମହେଶ୍ୱର ସୁନା ପରିବାରରେ ଏବେ ଚଳଚଞ୍ଚଳ। ଘର ବାରଣ୍ଡାରେ ଅମିତଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ। ତାଙ୍କ ସହ ଓଡିଶା ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଅନ୍ୟ ବରିଷ୍ଠ ନେତା  ମଧ୍ୟ ଉପସ୍ଥିତ ରହିବେ।

https://youtu.be/tG_bCyYP_dY

Related story