ଅମୀୟ ଓ ଶ୍ରାବଣୀଙ୍କ ଅଲିମ୍ପିକ୍ ଯୋଗ୍ୟତା ଦ୍ୱନ୍ଦ୍ୱ ପ୍ରସଙ୍ଗ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦାମ ମାରାଣ୍ଡି

ଭୁବନେଶ୍ୱର: ଆଥଲେଟିକ୍ସ ଫେଡେରସନ୍ ଅଫ୍ ଇଣ୍ଡିଆର ଖାମଖିଆଲ ମନୋଭାବ ଯୋଗୁଁ ଦୁଇ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହେବା ଘଟଣାରେ ରାଜ୍ୟ ସରକାରଙ୍କ  ହସ୍ତକ୍ଷେପ  କରିଛନ୍ତି। ଘଟଣାର ପ୍ରତିବାଦ ଜଣାଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କୁ  ଚିଠି ଲେଖିଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମ ମାରାଣ୍ଡି  କହିଛନ୍ତି, “ଗଣମାଧ୍ୟମରୁ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଅଲିମ୍ପିକ୍‌ରୁ ବାଦ ପଡ଼ିବା ଘଟଣା ଜାଣିବା ପରେ ମୁଁ […]

sarbani

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 04:38 PM IST

ଭୁବନେଶ୍ୱର: ଆଥଲେଟିକ୍ସ ଫେଡେରସନ୍ ଅଫ୍ ଇଣ୍ଡିଆର ଖାମଖିଆଲ ମନୋଭାବ ଯୋଗୁଁ ଦୁଇ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହେବା ଘଟଣାରେ ରାଜ୍ୟ ସରକାରଙ୍କ  ହସ୍ତକ୍ଷେପ  କରିଛନ୍ତି। ଘଟଣାର ପ୍ରତିବାଦ ଜଣାଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କୁ  ଚିଠି ଲେଖିଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି।

ସୁଦାମ ମାରାଣ୍ଡି  କହିଛନ୍ତି, “ଗଣମାଧ୍ୟମରୁ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଅଲିମ୍ପିକ୍‌ରୁ ବାଦ ପଡ଼ିବା ଘଟଣା ଜାଣିବା ପରେ ମୁଁ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କୁ ଚିଠି ଲେଖିଛି।  ଯେପରି ଏହି ଦୁଇ ଜଣ ପିଲା ଅଲିମ୍ପିକ୍‌ରୁ ବାଦ ନ ପଡ଼ନ୍ତି ସେହି କଥା ଚିଠିରେ ଲେଖିଛି। ତାଙ୍କୁ ଅଲିମ୍ପିକ ଖେଳିବାକୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ଦେଖିସାରିବା ପରେ  ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ। ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ  ଭାରତ ପାଇଁ ଖେଳିବାକୁ ଯାଉଛନ୍ତି। ଏହା ଗର୍ବ ଓ ଗୌରବର କଥା। ସେମାନଙ୍କୁ ଅଲିମ୍ପିକ୍‌ରୁ ବାଦ ଦିଆଯାଇଥିବାରୁ ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ। ”

ସେହିପରି ଦୁଇ ଓଡ଼ିଆ ଆଥଲେଟ୍ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହେବା ପ୍ରସଙ୍ଗ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ- ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକଭୀଙ୍କୁ ରାଜ୍ୟସଭା ସଦସ୍ୟ  ଭୂପିନ୍ଦର ସିଂ ଚିଠି ଲେଖିଛନ୍ତି।

ଭୂପିନ୍ଦରଙ୍କ ଚିଠି  ପାଇବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏନେଇ  ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖିବେ ବୋଲି କହିଛନ୍ତି।

ଦୁଇ ଆଥଲେଟ୍ ଶ୍ରାବଣୀ ଓ ଅମୀୟ ଅଲିମ୍ପିକ୍ ଯୋଗ୍ୟତାରୁ ବାଦ ପଡ଼ିବା ନେଇ ରାଜ୍ୟରେ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related story