ଆନନ୍ଦପୁରରେ ଚାଷୀ ଦମ୍ପତି ଆତ୍ମହତ୍ୟା ଘଟଣାର ଭିନ୍ନ ମୋଡ: ନିର୍ଯାତନା ଅଭିଯୋଗରେ ପୁଅବୋହୂ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ କନିଅର ମଞ୍ଜି ଖାଇ ଚାଷୀ ଦମ୍ପତି ଆତ୍ମହତ୍ୟା କରିବା ଅଭିଯୋଗ ଭିନ୍ନ ମୋଡ ନେଇଛି। ମୃତ ଚାଷୀ ଭାଇ ପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ତାଙ୍କ ଭାଇ ଭାଉଜ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ନିର୍ଯାତନା ମାମଲା ରୁଜୁ କରି ପୁଅବୋହୂଙ୍କୁ ଅଟକ ରଖି ପଚରାଉଚରା କରୁଛି। କେନ୍ଦୁଝର ଜିଲ୍ଲା କଇନିପୁରାର ପାଗଳ ପାତ୍ର ଓ ତାଙ୍କ ପତ୍ନୀ ଗୁଞ୍ଜନ ଗତକାଲି କନିଅର ମଞ୍ଜି ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ […]

anandapur

Rakesh Mallick
  • Published: Friday, 18 December 2015
  • , Updated: 18 December 2015, 10:30 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ କନିଅର ମଞ୍ଜି ଖାଇ ଚାଷୀ ଦମ୍ପତି ଆତ୍ମହତ୍ୟା କରିବା ଅଭିଯୋଗ ଭିନ୍ନ ମୋଡ ନେଇଛି। ମୃତ ଚାଷୀ ଭାଇ ପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ତାଙ୍କ ଭାଇ ଭାଉଜ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ନିର୍ଯାତନା ମାମଲା ରୁଜୁ କରି ପୁଅବୋହୂଙ୍କୁ ଅଟକ ରଖି ପଚରାଉଚରା କରୁଛି।

କେନ୍ଦୁଝର ଜିଲ୍ଲା କଇନିପୁରାର ପାଗଳ ପାତ୍ର ଓ ତାଙ୍କ ପତ୍ନୀ ଗୁଞ୍ଜନ ଗତକାଲି କନିଅର ମଞ୍ଜି ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ପାଗଳ ଚଳିତବର୍ଷ ୬ମାଣ ଜମିରେ ଧାନ ଚାଷ କରିଥିଲେ। ଫସଲ ନଷ୍ଟ ଓ ଋଣ ଭାର ସହି ନ ପାରି ସେମାନେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅବୋହୂ ଅଭିଯୋଗ କରିଥିଲେ। ତେବେ ପାଗଳଙ୍କ ସାନ ଭାଇ ନିର୍ଯାତନା ଅଭିଯୋଗ ଆଣିବା ପରେ ଘଟଣା ପୁରା ବଦଳି ଯାଇଛି। ପୋଲିସ ଏବେ ମୃତ ପାଗଳଙ୍କୁ ପୁଅବୋହୂଙ୍କ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Related story