- Videos
- Odisha
- ବାଇକ୍କୁ ପିଟି ଦେଲା ଟ୍ରକ୍; ଗୋଟିଏ ପରିବାରର ତିନି ମୃତ
ବାଇକ୍କୁ ପିଟି ଦେଲା ଟ୍ରକ୍; ଗୋଟିଏ ପରିବାରର ତିନି ମୃତ
- Published: Friday, 01 September 2017
- , Updated: 01 September 2017, 11:19 AM IST
<p>ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଆଜି ସକାଳେ ଏନ୍‌ଏଚ୍‌-୪୯ର କନ୍ତଳା ଛକ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ଟିଏ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ରେ ବସିଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ୱାମୀସ୍ତ୍ରୀ ଓ ସେମାନଙ୍କ ୧୦ ବର୍ଷର ଝିଅ। ସେମାନଙ୍କ ଘର ଶିମିଳିପାଳ ଗାଁର ବୋଲି ଜଣା ପଡ଼ିଛି। ସେମାନେ ବାଇକ୍‌ରେ ପାଲଲହଡ଼ା ଯାଉଥିଲେ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି।</p>
<p>ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ ହୋଇଥିଲା। ମୃତକମାନେ ଦୁଇ ଭାଇ। ସେମାନେ ସୁବର୍ଣ୍ଣପୁର ତରଭା ବ୍ଲକ୍‌ ବଘିଆ ଗାଁର ।</p>