ଅନୁଗୋଳ: ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇସଣା ନିକଟରେ ଆଜି ଭୋରରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଡମ୍ବରୁଧର ସ୍ୱାଇଁ ଓ ରାଜେଶ ସାହୁ। ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ […]

angul-accident

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 05:12 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇସଣା ନିକଟରେ ଆଜି ଭୋରରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଡମ୍ବରୁଧର ସ୍ୱାଇଁ ଓ ରାଜେଶ ସାହୁ। ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ହଣ୍ଡପା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ଓ ଡାକ୍ତରଖାନା ପଠାଇଥିଲା।

ଆହତମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ଶ୍ରୀଧର ପ୍ରଧାନ କହିଛନ୍ତି।

Related story