ନାଲକୋ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟରେ ଭୟଙ୍କର ନିଆଁ, ଜଳିଗଲା ଜେନେରେଟର

<p>ଅନୁଗୋଳ: ଅନୁଗୋଳ ନାଲକୋ କ୍ୟାପ୍&zwnj;ଟିଭ୍&zwnj; ପାୱାର ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ(ସିଟିପି)ର ୟୁନିଟ୍&zwnj;-୮ରେ ଆଜି ଅପରାହ୍ନ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୫ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ମାତ୍ର ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି।</p> <p>ନିଆଁ ପ୍ରଥମେ ବାହାରେ ଥିବା ବ୍ୟାରେଲରେ ଲାଗିଥିଲା। ପରେ ଏହି ନିଆଁ ଟ୍ରାନ୍ସଫରମରରୁ ଜେନେରେଟରକୁ ବ୍ୟାପିଥିଲା। କିଛି ସମୟ ମଧ୍ୟରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଖବର ପାଇ ନାଲକୋନଗର ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ନେଇଥିଲା। ନିଆଁ ଲିଭାଇବା କାମରେ ୮ରୁ ୧୦ଟି ଦମକଳ ଗାଡି ଲାଗିଛନ୍ତି।</p>

Ordigital Desk
  • Published: Tuesday, 11 July 2017
  • Updated: 11 July 2017, 04:20 PM IST

Sports

Latest News

<p>ଅନୁଗୋଳ: ଅନୁଗୋଳ ନାଲକୋ କ୍ୟାପ୍&zwnj;ଟିଭ୍&zwnj; ପାୱାର ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ(ସିଟିପି)ର ୟୁନିଟ୍&zwnj;-୮ରେ ଆଜି ଅପରାହ୍ନ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୫ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ମାତ୍ର ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି।</p><p>ନିଆଁ ପ୍ରଥମେ ବାହାରେ ଥିବା ବ୍ୟାରେଲରେ ଲାଗିଥିଲା। ପରେ ଏହି ନିଆଁ ଟ୍ରାନ୍ସଫରମରରୁ ଜେନେରେଟରକୁ ବ୍ୟାପିଥିଲା। କିଛି ସମୟ ମଧ୍ୟରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଖବର ପାଇ ନାଲକୋନଗର ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ନେଇଥିଲା। ନିଆଁ ଲିଭାଇବା କାମରେ ୮ରୁ ୧୦ଟି ଦମକଳ ଗାଡି ଲାଗିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos