ତରଳି ପାରେ ଆଣ୍ଟାର୍କଟିକାର ସବୁଠୁ ବଡ଼ ହିମସ୍ରୋତ: କ’ଣ ହେବ ପରିଣାମ?

ଧୀରେ ଧୀରେ ତାତି ବଢ଼ିବାରେ ଲାଗିଲାଣି। ତାତି ସାଙ୍ଗକୁ ଭୂମଣ୍ଡଳ ପ୍ରଦୂଷଣ। ଯାହା ଆମ ଧରାପୃଷ୍ଠକୁ ଧୀରେ ଧୀରେ ବିପଦ ଆଡ଼କୁ ଠେଲିଦେଉଛି। ପୃଥିବୀରେ ୭୦ ଭାଗ ଜଳ ଓ ୩୦ ଭାଗ ସ୍ଥଳ ରହିଛି। ଜଳଭାଗର ପ୍ରାୟ ୯୭.୫% ହେଉଛି ଲୁଣିଆ ଜଳ। ମଧୁର ଜଳର ଅର୍ଦ୍ଧେକ ଏବେ ବରଫ ଆକାରରେ ଜମାଟ ବାନ୍ଧି ରହିଛି। ଏକ ସର୍ଭେରୁ ଜଣା ପଡ଼ିଛି, ଆଣ୍ଟାର୍କଟିକାରେ ଏକ ବଡ଼ ଆକାରର ହିମପିଣ୍ଡ ବା ଧୀର ପ୍ରଭାହୀ ବରଫାବୃତ ନଦୀ […]

khjfghfhfgn

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 01:27 PM IST

ଧୀରେ ଧୀରେ ତାତି ବଢ଼ିବାରେ ଲାଗିଲାଣି। ତାତି ସାଙ୍ଗକୁ ଭୂମଣ୍ଡଳ ପ୍ରଦୂଷଣ। ଯାହା ଆମ ଧରାପୃଷ୍ଠକୁ ଧୀରେ ଧୀରେ ବିପଦ ଆଡ଼କୁ ଠେଲିଦେଉଛି। ପୃଥିବୀରେ ୭୦ ଭାଗ ଜଳ ଓ ୩୦ ଭାଗ ସ୍ଥଳ ରହିଛି। ଜଳଭାଗର ପ୍ରାୟ ୯୭.୫% ହେଉଛି ଲୁଣିଆ ଜଳ। ମଧୁର ଜଳର ଅର୍ଦ୍ଧେକ ଏବେ ବରଫ ଆକାରରେ ଜମାଟ ବାନ୍ଧି ରହିଛି। ଏକ ସର୍ଭେରୁ ଜଣା ପଡ଼ିଛି, ଆଣ୍ଟାର୍କଟିକାରେ ଏକ ବଡ଼ ଆକାରର ହିମପିଣ୍ଡ ବା ଧୀର ପ୍ରଭାହୀ ବରଫାବୃତ ନଦୀ ରହିଛି। ଯାହା ଧୀରେ ଧୀରେ ତରଳିବା ଆରମ୍ଭ କରିଛି।

‘ଟୋଟେନ୍ ଗ୍ଲେସିୟର’ ଆଣ୍ଟାର୍କଟିକାର ସବୁଠୁ ବଡ଼ ହିମସ୍ରୋତ। ଏହି ବରଫ ସ୍ତର ଉପରେ ବୈଜ୍ଞାନିକଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇ ରହିଛି। ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଉକ୍ତ ହିମସ୍ରୋତର କିଛି ଅଂଶ ତରଳିବାକୁ ଲାଗିଲାଣି। ସେଣ୍ଟ୍ରାଲ ୱାସିଂଟନ୍ ୟୁନିଭରସିଟିର ପ୍ରଫେସର ‘ପଲ୍ ଭିନବେରୀ’ଙ୍କ ଅନୁଯାୟୀ, ତୀବ୍ର ଗତିରେ ପୃଥିବୀର ବଦଳୁଥିବା ଜଳବାୟୁ ଭବିଷ୍ୟତରେ ବିପଦକୁ ଡାକିଆଣିବ। ଏତେ ବରଫ ତରଳିଲେ ସେଥିରୁ ଉତ୍ପନ୍ନ ଜଳରାଶି ସମୁଦ୍ରରେ ମିଶିବ। ସେଥିଯୋଗୁଁ ଜଳସ୍ତର ଉପରକୁ ଉଠିଯିବ। ଏପରି ହେଲେ ବିଶ୍ୱର ଅନେକ ଅଂଶ ସଂପୂର୍ଣ୍ଣ ବୁଡ଼ିଯିବ।

ବୈଜ୍ଞାନିକଙ୍କ ଅନୁଯାୟୀ ୨୦୦୨ ରୁ ୨୦୧୬ ମଧ୍ୟରେ ଆଣ୍ଟାର୍କଟିକାରେ ୧୨୫ ଗିଗାଟନ୍ ବରଫ ତରଳିଛି। ଯାହାଫଳରେ ବିଶ୍ୱରେ ସମୁଦ୍ର ପତ୍ତନ ପ୍ରତିବର୍ଷ ୦.୩୫ ମିଲିମିଟର ବଢ଼ିଛି। ଏହିଭଳି ଯଦି ବରଫ ତରଳେ ଓ ସମୁଦ୍ର ପତ୍ତନ ବଢ଼େ ତେବେ ବିଶ୍ୱର ଅନେକ ସହର ବୁଡ଼ିଯିବା ଓ କୋଟିକୋଟି ଲୋକ ଜଳସମାଧି ନେବେ ନିଶ୍ଚିତ।

Related story