ମାତ୍ର ୧୦ ମିନିଟ୍‌ରେ ମୂଷା ଘଉଡ଼ାଇବ ଏହି ମୋବାଇଲ୍‌ ଆପ୍‌

ନୂଆଦିଲ୍ଲୀ: ମୂଷାଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ମୂଷା ବିଷ କିମ୍ବା ମୂଷା ଯନ୍ତାର ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ମୋବାଇଲ୍‌ରେ ମୂଷା ଘଉଡ଼ାଇଛନ୍ତି କି ? ଆଜ୍ଞା ହଁ ଆପଣ ଚାହିଁଲେ ମୋବାଇଲ୍‌ରେ ମଧ୍ୟ ମୂଷା ଘଉଡ଼ାଇ ପାରିବେ। ଏଥିପାଇଁ ଗୁଗଲ ପ୍ଲେଷ୍ଟୋର୍‌ରେ Anti-Rat Sonar ନାମକ ଏକ ଆପ୍‌ସ ଉପଲବ୍ଧ ରହିଛି। ପ୍ଲେଷ୍ଟୋରରୁ ଏହାକୁ ଡାଉନ୍‌ଲୋଡ୍‌ କରି ଆପଣ ମୂଷା ଘଉଡ଼ାଇ ପାରିବେ। ୧୦ ବର୍ଷ ରିସର୍ଚ୍ଚ କରିବା ପରେ ଫିଲ୍ଡରେ ପରୀକ୍ଷା କରାଯାଇ […]

anti sonar aap

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 07:09 PM IST

ନୂଆଦିଲ୍ଲୀ: ମୂଷାଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ମୂଷା ବିଷ କିମ୍ବା ମୂଷା ଯନ୍ତାର ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ମୋବାଇଲ୍‌ରେ ମୂଷା ଘଉଡ଼ାଇଛନ୍ତି କି ? ଆଜ୍ଞା ହଁ ଆପଣ ଚାହିଁଲେ ମୋବାଇଲ୍‌ରେ ମଧ୍ୟ ମୂଷା ଘଉଡ଼ାଇ ପାରିବେ। ଏଥିପାଇଁ ଗୁଗଲ ପ୍ଲେଷ୍ଟୋର୍‌ରେ Anti-Rat Sonar ନାମକ ଏକ ଆପ୍‌ସ ଉପଲବ୍ଧ ରହିଛି। ପ୍ଲେଷ୍ଟୋରରୁ ଏହାକୁ ଡାଉନ୍‌ଲୋଡ୍‌ କରି ଆପଣ ମୂଷା ଘଉଡ଼ାଇ ପାରିବେ।

୧୦ ବର୍ଷ ରିସର୍ଚ୍ଚ କରିବା ପରେ ଫିଲ୍ଡରେ ପରୀକ୍ଷା କରାଯାଇ ଏହି ଆପ୍‌କୁ ତିଆରି କରାଯାଇଛି ବୋଲି ଆପ୍ ଡେଭଲପରମାନେ ଦାବି କରିଛନ୍ତି। ଆପ୍‌ରୁ ବାହାରୁଥିବା ଧ୍ୱନି ତରଙ୍ଗକୁ ମୂଷାମାନେ ସଯ୍ୟ କରିପାରନ୍ତି ନାହିଁ। ଫଳରେ ସେହି ସ୍ଥାନରୁ ବାହାରି ଯାଆନ୍ତି। ସ୍ଥାନ ଅନୁସାରେ ଆପ୍‌ଟି ତା'ର ଫ୍ରିକୁଏନ୍‌ସି ସିଲେକ୍ଟ କରିଥାଏ। ମୂଷା ଥିବା ସ୍ଥାନରେ ମାତ୍ର ୧୦ ମିନିଟ୍‌ ଧରି ଏହି ଆପ୍‌କୁ ଚଳାଇଲେ ସେହି ସ୍ଥାର ସବୁ ମୂଷା ସଙ୍ଗ ସଙ୍ଗେ ବାହାରିଯିବେ।

କୋଳାହଳ ସ୍ଥାନରେ ଆପ୍‌ର ସିଗ୍‌ନାଲ ବ୍ଲକ ହୋଇଯାଏ।  ଫଳରେ ଆପ୍‌ଟି କାମ କରି ନ ଥାଏ। ଏଥିପାଇଁ ଆପଣ ଚାହିଁଲେ ଏହାର ଫ୍ରିକ୍ୱେଏନ୍‌ସି ମଧ୍ୟ ବଦଳାଇ ପାରିବେ। କିନ୍ତୁ ଏପରି କରିବା ଦ୍ୱାରା ଘରର ଅନ୍ୟ ପୋଷା ଜୀବ ଯେପରିକି କୁକୁର ଓ ବିଲେଇ ଭଳି ଜୀବଙ୍କ ଉପରେ ଏହାର କୁ- ପ୍ରଭାବ ପଡ଼ିବ ବୋଲି ଆପ୍‌ ନିର୍ମାତା କୁହନ୍ତି।

Related story