ଭୁବନେଶ୍ୱର: ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ବିଧାନସଭା ପ୍ରଶ୍ନକାଳ ପରେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ ଚାଲିବାର କିଛି ସମୟ ପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି। ମୌସୁମୀ ଅଧିବେଶନର ଦଶମ ଦିନର ପ୍ରଶ୍ନକାଳରେ କେବଳ ଶାସକ ଦଳର ସଦସ୍ୟମାନେ ପ୍ରଶ୍ନ ପଚାରିଥିଲେ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ଗତକାଲିଠୁ କଂଗ୍ରେସର ବୟକଟ୍ ପରେ ଆଜି ବିଜେପି ମଧ୍ୟ ଅଧିବେଶନକୁ ବର୍ଜନ କରିଛି। ଗୃହକୁ ଫେରିବାକୁ ବିରୋଧୀ ଦଳ ସଦସ୍ୟ ମାନଙ୍କୁ ବାଚସ୍ପତି ଅନୁରୋଧ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଚେତକ ପ୍ରମୁଖ ବିରୋଧୀ ସଦସ୍ୟମାନଙ୍କୁ ଭେଟି ଗୃହକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।