ଆଉ କେହି ଠକି ପାରିବେନି : ନକଲି ନୋଟ୍‌ ଚିହ୍ନଟ କରିବ ଏହି ଆପ୍

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ଜାଲି ନୋଟ କାରବାର ହେଉଥିବାରୁ ଅସଲି ନୋଟ ଓ ନକଲି ନୋଟ ଚିହ୍ନିବା କଷ୍ଟକର ହୋଇଯାଉଛି। ଏଥିପାଇଁ ଅନେକ ଲୋକ ଠକାମିରେ ମଧ୍ୟ ପଡ଼ୁଛନ୍ତି। ଏବେ ଜାଲି ନୋଟକୁ ଚିହ୍ନଟ କରିବା ପାଇଁ ଏକ ଆପ୍‌ ଆସିଯାଇଛି। ଏହି ଆପ୍‌ ମାଧ୍ୟମରେ କେଉଁଟା ଅସଲି ଓ କେଉଁଟା ନକଲି ନୋଟ ଆପଣ ଚିହ୍ନଟ କରିପାରିବେ। ଏଥିରେ ଖାଲି ଭାରତୀୟ ମୁଦ୍ରା ନୁହେଁ ବିଦେଶୀ ମୁଦ୍ରା ମଧ୍ୟ ଚିହ୍ନଟ କରାଯାଇ ପାରିବ। ଏହି ଆପ୍‌ଟି […]

app

app

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 05:00 PM IST

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ଜାଲି ନୋଟ କାରବାର ହେଉଥିବାରୁ ଅସଲି ନୋଟ ଓ ନକଲି ନୋଟ ଚିହ୍ନିବା କଷ୍ଟକର ହୋଇଯାଉଛି। ଏଥିପାଇଁ ଅନେକ ଲୋକ ଠକାମିରେ ମଧ୍ୟ ପଡ଼ୁଛନ୍ତି। ଏବେ ଜାଲି ନୋଟକୁ ଚିହ୍ନଟ କରିବା ପାଇଁ ଏକ ଆପ୍‌ ଆସିଯାଇଛି। ଏହି ଆପ୍‌ ମାଧ୍ୟମରେ କେଉଁଟା ଅସଲି ଓ କେଉଁଟା ନକଲି ନୋଟ ଆପଣ ଚିହ୍ନଟ କରିପାରିବେ। ଏଥିରେ ଖାଲି ଭାରତୀୟ ମୁଦ୍ରା ନୁହେଁ ବିଦେଶୀ ମୁଦ୍ରା ମଧ୍ୟ ଚିହ୍ନଟ କରାଯାଇ ପାରିବ। ଏହି ଆପ୍‌ଟି ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ରହିଛି। ଅନଲାଇନ୍‌ ଟେକ୍ନୋଲୋଜି କମ୍ପାନୀ Chkfake ବ୍ରାଣ୍ଡ ପ୍ରୋଟେକ୍ସନ ସିଷ୍ଟମ ପ୍ରାଇଭେଟ୍‌ ଲିମିଟେଡ Chkfake ନାମକ ଏକ ଆପ୍‌ ଲଞ୍ଚ୍ କରିଛି। ଏହି ଅନ୍‌ଲାଇନ୍‌ ଆପ୍ ଉଭୟ iOS ଓ ଆଣ୍ଡ୍ରଏଡ୍‌ ସିଷ୍ଟମରେ ଚାଲି ପାରିବ।

ସାରା ବିଶ୍ୱରେ ଜାଲିନୋଟ୍‌ କାରବାର ଦ୍ରୁତ ଗତିରେ ବଢ଼ି ଚାଲିଛି। ବର୍ତ୍ତମାନ ସମୟରେ ବିଶ୍ୱର ୧୭୦ ଆରବ ଡଲାର ଜାଲିନୋଟ୍‌ କାରବାର ହେଉଥିବା ଆକଳନ କରାଯାଉଛି। ଅର୍ଥାତ୍ ଏହା ବିଶ୍ୱର ୧୦ମ ବଡ଼ ଅର୍ଥନିତୀ ବଜାରରେ ପରିଣତ ହୋଇଛି। ଜାଲିନୋଟ୍‌ ଚିହ୍ନଟ କରିବାରେ ଏହି ଆପ୍‌ ଲୋକମାନଙ୍କୁ ବହୁତ ସାହାଯ୍ୟ କରିବ। ୨୪ ଘଣ୍ଟା କାମ କରିବ ଆପ୍‌: ଆଣ୍ଡ୍ରଏଡ ବ୍ୟବହାରକାରୀ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍‌କୁ ଡାଉନଲୋଡ କରିପାରିବେ। ଏହା ୨୪ ଘଣ୍ଟା ମୋବାଇଲ୍‌ରେ ଆକ୍ସେସ୍ କରିହେବ।

କେମିତି କାମ କରେ ଏହି ଆପ୍: ଗୁଗଲ୍ ପ୍ଲେଷ୍ଟୋରଅ କିମ୍ବା ଆପଲ ପ୍ଲେ ଷ୍ଟୋରରୁ Chkfake ଆପକୁ ଡାଉନଲୋଡ କରନ୍ତୁ। ଏହାପରେ ଯେଉଁ ପ୍ରଡକ୍ଟକୁ ଭେରିଫାଏ କରିବାକୁ ଚାହୁଁଛନ୍ତି ତାହା ସର୍ଚ୍ଚ କରନ୍ତୁ। ପ୍ରଡକ୍ଟ ଆସିବା ପରେ ଭେରିଫିକେସନ୍ ଆରମ୍ଭ କରନ୍ତୁ। ଲେଖା ମାଧ୍ୟମରେ ଓ ଭିଡିଓ ମାଧ୍ୟମରେ ଆପ୍‌ରେ ଦିଆଯାଉଥିବା ନିର୍ଦ୍ଦେଶକୁ ଅନୁକରଣ କରନ୍ତୁ। ଏହାପରେ ଆପଣଙ୍କ ଭେରିଫିକେସନ ହୋଇଯିବ ଓ ରେଜଲ୍ଟ ମୋବାଇଲ୍‌ରେ ସ୍କ୍ରିନ୍‌ ଦେଖାଯିବ। ଥରେ ଯାଞ୍ଚ ହୋଇଗଲା ପରେ ଆପ୍‌ ଅସଲି ଓ ନକଲି ନୋଟ ଚିହ୍ନି ପାରିବ। ଏଥିରେ ଆପଣ ନିଜକୁ ମଧ୍ୟ ପଞ୍ଜିକରଣ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos