ଅଫିସ୍ ନା ମରଣଯନ୍ତା : ଆପଲ୍‌ର ହାଇଟେକ୍‌ ଅଫିସ୍‌ କର୍ମଚାରୀଙ୍କୁ ପକାଉଛି ଅସୁବିଧାରେ

କାଲିଫର୍ଣ୍ଣିଆରେ ତିଆରି ହୋଇଛି ଅନ୍ତର୍ଜାତୀୟ କମ୍ପାନୀ ଆପଲ୍‌ର ଏକ ବିଶାଳ ଅଫିସ୍‌। ଯାହାର ନାଁ ରହିଛି ଆପଲ୍‌ ପାର୍କ। ଏହି ବିରାଟି ଅଟ୍ଟାଳିକାର ଅଫିସ୍‌ଟି ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ଓ ଆକର୍ଷଣୀୟ ଭାବେ କାଚରେ ତିଆରି ହୋଇଛି। ୧୭୫ ଏକର ବିଶିଷ୍ଟ ସ୍ଥାନରେ ନିର୍ମିତ ଏହି ସୁଦୃଶ୍ୟ ଅଫିସ୍‌ ଏବେ ଏହାର କର୍ମଚାରୀଙ୍କ ପାଇଁ ପାଲଟି ଯାଇଛି ମରଣଯନ୍ତା। ଅଫିସ୍‌ର କାନ୍ଥ ଓ ଦ୍ୱାରଦେଶରେ ଲାଗିଥିବା କାଚ ଯୋଗୁଁ କର୍ମଚାରୀମାନେ ଏଥିରେ ନିତି ଧକ୍କା ହୋଇ ଅସୁବିଧାରେ ପଡୁଛନ୍ତି […]

123

123

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 04:47 PM IST

Sports

Latest News

କାଲିଫର୍ଣ୍ଣିଆରେ ତିଆରି ହୋଇଛି ଅନ୍ତର୍ଜାତୀୟ କମ୍ପାନୀ ଆପଲ୍‌ର ଏକ ବିଶାଳ ଅଫିସ୍‌। ଯାହାର ନାଁ ରହିଛି ଆପଲ୍‌ ପାର୍କ। ଏହି ବିରାଟି ଅଟ୍ଟାଳିକାର ଅଫିସ୍‌ଟି ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ଓ ଆକର୍ଷଣୀୟ ଭାବେ କାଚରେ ତିଆରି ହୋଇଛି। ୧୭୫ ଏକର ବିଶିଷ୍ଟ ସ୍ଥାନରେ ନିର୍ମିତ ଏହି ସୁଦୃଶ୍ୟ ଅଫିସ୍‌ ଏବେ ଏହାର କର୍ମଚାରୀଙ୍କ ପାଇଁ ପାଲଟି ଯାଇଛି ମରଣଯନ୍ତା। ଅଫିସ୍‌ର କାନ୍ଥ ଓ ଦ୍ୱାରଦେଶରେ ଲାଗିଥିବା କାଚ ଯୋଗୁଁ କର୍ମଚାରୀମାନେ ଏଥିରେ ନିତି ଧକ୍କା ହୋଇ ଅସୁବିଧାରେ ପଡୁଛନ୍ତି ଓ ଆହତ ହେଉଛନ୍ତି।

ଘଟଣା ଏହାଯେ, ଅଫିସ୍‌ର ଚାରିଆଡେ ଅଲ୍ଟା ଟ୍ରାନ୍ସପାରେଣ୍ଟ ଗ୍ଲାସ୍ ଲାଗିଛି । ଯଦ୍ୱାରା ଏହା ଅସୁବିଧାରେ ପକାଉଛି। କର୍ମଚାରୀମାନେ ଅଫିସ୍‌ ଭିତରକୁ ଗଲାବେଳେ ଜାଣିପାରନ୍ତି ନାହିଁ ପ୍ରବେଶ ଦ୍ୱାର କେଉଁଠୁ ଆରମ୍ଭ ହେଉଛି ଓ କେଉଁଠି ଶେଷ ହେଉଛି । ସେଥିରେ ଧକ୍କା ଖାଇ ଆଘାତପ୍ରାପ୍ତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଏବେସୁଦ୍ଧା ୩ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ମୁଣ୍ଡରେ ଏତେ ମାତ୍ରାରେ ଅଘାତ ହୋଇଥିଲା ଯେ ଇମରଜେନ୍ସି ସର୍ଭିସ୍‌ର ଆବଶ୍ୟକତା ପଡିଥିଲା।

ରିପୋର୍ଟ ଅନୁସାରେ, ଅଫିସ୍‌ର କାଚର ଡୋରକୁ ଦେଖିନପାରିବା ଯୋଗୁଁ କର୍ମଚାରୀମାନେ ଧକ୍କା ହୋଇ ଆଘାତ ପାଉଛନ୍ତି। ଆଉ ଏହା ମଧ୍ୟ ସେଠାରେ ନିତିଦିନିଆ ଘଟଣା ପାଲଟି ଗଲାଣି। ଏମିତି ସବୁ ଅସୁବିଧା ଯୋଗୁଁ କେହି ଯେମିତି ଆଉ ଅସୁବିଧାରେ ନପଡିବେ, ସେଥିଲାଗି ଗ୍ଲାସ୍‌ ପ୍ୟାନେଲ୍‌ ଗୁଡ଼ିକରେ ହଳଦିଆ ଷ୍ଟିକର ଲଗାଯାଇଥିଲା। ହେଲେ ବିଲଡିଂର ଡିଜାଇନ କାଳେ ଖରାପ ହୋଇଯିବ, ସେଥିପାଇଁ ଏହାକୁ ହଟେଇ ଦିଆଯାଇଛି। ଏହା ବଦଳରେ କିଛି ରେକ୍ଟାଙ୍ଗୁଲାର ଷ୍ଟିକର ଅଫିସ୍‌ର ପ୍ରବେଶ ଦ୍ୱାରରେ ଥିବା ଗ୍ଲାସ୍‌ରେ ଲଗାଯାଇଛି।
୪ ମହଲା ବିଶିଷ୍ଟ ଆପଲ୍‌ ପାର୍କର ଏହି କାଚ ବିଲିଡିଂ, ଯାହାର ଡିଜାଇନ୍‌ ନର୍ମନ ଫୋଷ୍ଟର କରିଥିଲେ। ଏହି ବିଲଡିଂର କାଚରେ ଟ୍ରାନ୍ସପେରନ୍ସି ଓ ହ୍ୱାଇଟ୍‌ନେସ୍‌ ଆଣିବା ପାଇଁ କାଚର ସ୍ୱତନ୍ତ୍ର ଯତ୍ନ ନିଆଯାଇଛି। ହେଲେ ଏବେ ଏହି ହାଇଟେକ୍‌ ଅଫିସ୍‌ଟି କର୍ମଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos