ପିସିସି ବୈଠକ: ଅକ୍ଟୋବର ପ୍ରଥମ ସପ୍ତାହରୁ ରାଜରାସ୍ତାକୁ ଓହ୍ଲାଇବା ସହ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପିସିସି ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସମେତ ଦଳର ଉପ-ସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନେ ଯୋଗ ଦେଇଥିଲେ । ଗତ ଅଗଷ୍ଟ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ସହ ପିସିସି ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ପ୍ରତି ଲୋକସଭା ପାଇଁ ଜଣେ ଲେଖାଏଁ ଉପ […]

congress

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 03:08 PM IST

ଭୁବନେଶ୍ୱର: କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପିସିସି ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସମେତ ଦଳର ଉପ-ସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନେ ଯୋଗ ଦେଇଥିଲେ । ଗତ ଅଗଷ୍ଟ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ସହ ପିସିସି ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ପ୍ରତି ଲୋକସଭା ପାଇଁ ଜଣେ ଲେଖାଏଁ ଉପ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବୈଠକରେ ପ୍ରତି ବିଧାନସଭା ଲାଗି ଜଣେ ଲେଖାଏଁ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ସେ କହିଛନ୍ତି ଯେ, ମାସକ ମଧ୍ୟରେ ବ୍ଲକସ୍ତରରେ ସାଙ୍ଗଠନିକ ପୁନର୍ଗଠନ କରାଯିବ । ବୈଠକ ପରେ ପିସିସି ସଭାପତି ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେହିପରି ଚାଷୀ ମୃତ୍ୟୁ ଓ ମରୁଡି ସ୍ଥିତି ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଅକ୍ଟୋବର ପ୍ରଥମ ସପ୍ତାହରୁ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯିବ । ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ଅକ୍ଟୋବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ପ୍ରଥମ ପଦଯାତ୍ରା କରାଯିବ । ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଘେରିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଆଗରୁ ଚୁପ ଥିଲେ ରାହୁଲଙ୍କ ଓଡ଼ିଶା ଗସ୍ତ ପରେ ଏବେ କେନ୍ଦ୍ର ଅବହେଳା କଥା କହୁଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ପ୍ରଭାରୀ ବି.କେ. ହରିପ୍ରସାଦ ମଧ୍ୟ ଶିଶୁ ମୃତ୍ୟୁ ଓ ଶିକ୍ଷା ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅକ୍ଟୋବରରେ ହେବାକୁ ଥିବା ପଦଯାତ୍ରାରେ ରାଜ୍ୟ ପ୍ରଭାରୀ ହରିପ୍ରସାଦ ଯୋଗ ଦେବେ ବୋଲି ବୈଠକ ପରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଉପରେ ବିଜେଡି ମୁଖପାତ୍ର ପ୍ରତାପ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ବଜାଇ ରଖିଛି । ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତିବର୍ଷ ଦଳ ଲୋକଙ୍କ ପାଖକୁ ଯାଇଥାଏ ଓ ସରକାରଙ୍କ ପଦକ୍ଷେପ ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥାଏ ବୋଲି ସେ କହିଛନ୍ତି ।

Related story