ଆମିଷ ନୁହେଁ, ଅଣ୍ଡା ଶୁଦ୍ଧ ନିରାମିଷ ! ଜାଣନ୍ତୁ କେମିତି

ଭୁବେନଶ୍ୱର(ଓଡିଶା ରିପୋର୍ଟର): ବେଳେ ବେଳେ ସାଙ୍ଗସାଥୀରେ ଥଟ୍ଟା ତାମସା ବେଳେ ଅଣ୍ଡା ଆଉ କୁକୁଡାକୁ ନେଇ ପ୍ରଶ୍ନ ଉଠେ। ଦୁନିଆକୁ କିଏ ଆଗ ଆସିଲା ବୋଲି ତର୍କ ହୁଏ। ହସ ହସରେ କଥା ଉଡିଯାଉଥିଲେ ବି ଆଜିଯାଏଁ ଏହି ସମସ୍ୟାର ସମାଧାନ ହୋଇନି କି ମଳିନି ଉତ୍ତର। ଠିକ୍‌ ସେଇ ଅଣ୍ଡା ସହ ଜଡିତ ଆଉ କିଛି ପ୍ରଶ୍ନ ଆଜି ଆମ ପଚାରିବାକୁ ଯାଉଛୁ । କହିଲେ ଦେଖି ଅଣ୍ଡା ଆମିଷ ନାଁ ନିରାମିଷ ? ପ୍ରଶ୍ନଟା […]

SONY DSC

Rakesh Mallick
  • Published: Monday, 27 November 2017
  • , Updated: 28 November 2017, 09:23 AM IST

ଭୁବେନଶ୍ୱର(ଓଡିଶା ରିପୋର୍ଟର): ବେଳେ ବେଳେ ସାଙ୍ଗସାଥୀରେ ଥଟ୍ଟା ତାମସା ବେଳେ ଅଣ୍ଡା ଆଉ କୁକୁଡାକୁ ନେଇ ପ୍ରଶ୍ନ ଉଠେ। ଦୁନିଆକୁ କିଏ ଆଗ ଆସିଲା ବୋଲି ତର୍କ ହୁଏ। ହସ ହସରେ କଥା ଉଡିଯାଉଥିଲେ ବି ଆଜିଯାଏଁ ଏହି ସମସ୍ୟାର ସମାଧାନ ହୋଇନି କି ମଳିନି ଉତ୍ତର। ଠିକ୍‌ ସେଇ ଅଣ୍ଡା ସହ ଜଡିତ ଆଉ କିଛି ପ୍ରଶ୍ନ ଆଜି ଆମ ପଚାରିବାକୁ ଯାଉଛୁ ।

କହିଲେ ଦେଖି ଅଣ୍ଡା ଆମିଷ ନାଁ ନିରାମିଷ ? ପ୍ରଶ୍ନଟା ଶୁଣି ହସ ଲାଗୁଥିବ। ହେଲେ ଆମ ସାଧାରଣ ମସ୍ତିଷ୍କକୁ ଆସୁଥିବା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି କିଛି ବୈଜ୍ଞନିକ। ତା’ହାଲେ ଆସନ୍ତୁ ଜାଣିବା ସେମାନଙ୍କ ମତରେ ଅଣ୍ଡା କ’ଣ।

କେତେକ ନିରାମିଷ ଆହାରି ଅଣ୍ଡାକୁ ଆମିଷ ବୋଲି କହି ଏହାକୁ ଗ୍ରହଣ କରି ନ ଥାନ୍ତି। କୁକୁଡା ଅଣ୍ଡା ଦେଉଥିବାରୁ ଏହାକୁ ସେମାନେ ଏହି ଶ୍ରେଣୀଭୁକ୍ତ କରିଛନ୍ତି। ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ ତେବେ ଖିର ମଧ୍ୟ ଗାଈଠାରୁ ବାହାରିଥାଏ। ଏହାମଧ୍ୟ ଅମିଷ ହେବା କଥା। ମାତ୍ର ଏହି ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯାଇ ଅଣ୍ଡାରୁ ଛୁଆ ବାହାରେ ତେଣୁ ଏହା ଆମିଷ ବୋଲି କହାଯିବା କଥା। ଏହି ପ୍ରସଙ୍ଗରେ ଯୁକ୍ତି କଲେ କୁହାଯାଇପାରେ ଯେ, ବଜାରରେ ମିଳୁଥିବା ଅନେକ ଅଣ୍ଡା ଛୁଆ ଫୁଟାଇବାକୁ ଯୋଗ୍ୟ ନୁହେଁ। ଏଣୁ ଅଣ୍ଡା ନିରାମିଷ।

ଏତେ ତର୍କ ଭିତରେ ବୈଜ୍ଞାନିକମାନେ ନିଜ ମତ ଉପସ୍ଥାପନ କରିଛନ୍ତି। ସେମାନଙ୍କ କହିବା ମୁତାବକ ଅଣ୍ଡା ଆମିଷ ନୁହେଁ, ଏହା ସମ୍ପୂର୍ଣ୍ଣ ଶାକାହାରୀ। ଏମିତିକି ଏହାକୁ ଶ୍ୱେତ ଶାକାହାରୀ ବୋଲି କୁହାଯାଏ। ଏପରି କହିବାର କାରଣ ଏହା ଯେ, ଅଣ୍ଡାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଅଣ୍ଡା ଖୋଳା, ଅଣ୍ଡା ଓ କେଶର। ଧଳା ଦିଶୁଥିବା ସମସ୍ତ ଅଂଶରେ କେବଳ ପ୍ରୋଟିନ୍‌ ଥାଏ। ଏଣୁ ଏଥିରୁ କୌଣସି ପ୍ରାଣୀ ଜନ୍ମ ହେବାର ସମ୍ଭାବନା ନ ଥାଏ।

ଏବେ ରହିଲା କେଶର କଥା । ଏଥିରେ ସବୁଠାରୁ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ, ଫ୍ୟାଟ୍‌ ଓ ପ୍ରୋଟିନ୍‌ ମହଜୁଦ୍‌ ଅଛି। ତେବେ ଗଞ୍ଜା ଓ କୁକୁଡାଙ୍କ ମଧ୍ୟରେ ମୈଥୁନ ପରେ ଆସୁଥିବା ଅଣ୍ଡାରେ ଥାଏ ଗେମିଟ୍‌ ସେଲ୍ସ। ମାତ୍ର ଏହି ଗୋଟିଏ ଇନ୍‌ଗ୍ରିଡେଣ୍ଟ ଅଣ୍ଡାକୁ ଆମିଷ ବନାଇଥାଏ।

Related story