ରାତିରେ ବାରମ୍ୱାର ପରିସ୍ରା ଯାଉଛନ୍ତି କି? ଜାଣନ୍ତୁ କାହିଁକି ନେବେ ଡାକ୍ତରଙ୍କ ପରାମର୍ଶ

ଅଧିକାଂଶ ଲୋକ ରାତିରେ ବାରମ୍ୱାର ପରିସ୍ରା ଯାଆନ୍ତି। ଅନେକ ଏହାକୁ ଅଭ୍ୟାସ ବୋଲି କହନ୍ତି। ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ,କି ଡାକ୍ତରଙ୍କ ପରାମର୍ଶ ନିଅନ୍ତି ନାହିଁ। ଏହା ଠିକ୍‌ ନୁହେଁ। ଘରେ କେହି ରାତିରେ ବାରମ୍ୱାର ପରିସ୍ରା ଯାଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆମେ ଏମିତି କାହିଁକି କହୁଛୁ ପଢ଼ନ୍ତୁ। ଆଣ୍ଟି ଡ୍ୟୁରୋଟିକ ହର୍ମୋନର ଅଭାବ ବୟସ ବଢ଼ିବା ସହ ଶରୀରରେ ଆଣ୍ଟି-ଡ୍ୟୁରୋଟିକ ହର୍ମୋନର ଅଭାବ ଦେଖିବାକୁ ମିଳିଥାଏ। ଆଣ୍ଟି-ଡ୍ୟୁରୋଟିକ ହର୍ମୋନ ଶରୀରରେ ମୂତ୍ରର […]

peeimage

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 12:35 PM IST

ଅଧିକାଂଶ ଲୋକ ରାତିରେ ବାରମ୍ୱାର ପରିସ୍ରା ଯାଆନ୍ତି। ଅନେକ ଏହାକୁ ଅଭ୍ୟାସ ବୋଲି କହନ୍ତି। ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ,କି ଡାକ୍ତରଙ୍କ ପରାମର୍ଶ ନିଅନ୍ତି ନାହିଁ। ଏହା ଠିକ୍‌ ନୁହେଁ। ଘରେ କେହି ରାତିରେ ବାରମ୍ୱାର ପରିସ୍ରା ଯାଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆମେ ଏମିତି କାହିଁକି କହୁଛୁ ପଢ଼ନ୍ତୁ।

ଆଣ୍ଟି ଡ୍ୟୁରୋଟିକ ହର୍ମୋନର ଅଭାବ

ବୟସ ବଢ଼ିବା ସହ ଶରୀରରେ ଆଣ୍ଟି-ଡ୍ୟୁରୋଟିକ ହର୍ମୋନର ଅଭାବ ଦେଖିବାକୁ ମିଳିଥାଏ। ଆଣ୍ଟି-ଡ୍ୟୁରୋଟିକ ହର୍ମୋନ ଶରୀରରେ ମୂତ୍ରର ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଶରୀରରେ ଏହି ହର୍ମୋନର ଅଭାବ ଦେଖାଗଲେ ରାତିରେ ବାରମ୍ୱାର ପରିସ୍ରା ଲାଗିଥାଏ।

ଶରୀରରେ ତରଳ ପଦାର୍ଥର ଜମା ହେବା

ଦୀର୍ଘ ଦିନ ଧରି ଗୋଡ଼ ଓ ପାଦ କୁଣ୍ଡାଇ ହେବା ଏଡିମା ନାମକ ରୋଗର ସଂକେତ ହୋଇପାରେ।  ଏହି ରୋଗ ହେବା ଦ୍ୱାରା ଶରୀରର ତଳଭାଗରେ ତରଳ ପଦାର୍ଥ ଜମି ଯାଏ। ସେଥିପାଇଁ ବାରମ୍ୱାର ପରିସ୍ରା ମାଡିବାର ଭଳି ସମସ୍ୟା ଦେଖାଯାଇଥାଏ।

ଯୌନ ସଂଚାରିତ ରୋଗ

କିଛି ଯୌନ ସଂଚାରିତ ରୋଗ କାରଣରୁ ବି ରାତିରେ ବାରମ୍ୱାର ପରିସ୍ରା ଲାଗେ।   ଗୋନୋରିୟା ଓ କ୍ଲାଇମୋଡ଼ିଆ ଭଳି ଯୌନ ସଂଚାରିତ ରୋଗ କାରଣରୁ ବାରମ୍ୱାର ପରିସ୍ରା ଲାଗେ ଓ ପରିସ୍ରା ବେଳେ ଯୌନାଙ୍ଗରେ ଜଳାପୋଡ଼ା ହୋଇଥାଏ। ବୟସ୍କ ଲୋକଙ୍କ କ୍ଷେତ୍ରରେ urinary tract infection ହେବାର  ସମ୍ଭାବନା ଅଧିକ ରହିଥାଏ।

ଆଉ ଗୋଟିଏ କଥା

ପାଣି ପିଇବା ପ୍ରତି ଧ୍ୟାନ ଦିଅନ୍ତୁ: ରାତିରେ ପାଣି ପିଇ ସଙ୍ଗେ ସଙ୍ଗେ ଶୋଇବାକୁ ଯାଆନ୍ତୁ ନାହିଁ। ନ ହେଲେ ରାତିରେ ପରିସ୍ରା ଲାଗିବ। ଏଥିପାଇଁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ପାଣି ନିଅନ୍ତୁ ଏବଂ ପରିସ୍ରା ଯାଇ ଶୁଅନ୍ତୁ। ଏନେଇ ବି ଡାକ୍ତରଙ୍କ ପରାମର୍ଶ ନେଇ ପାରନ୍ତି।

Related story