ମାନିଲେ ମାନସ: ଚାକିରି ପ୍ରତିବଦଳରେ ଆଇଟିଇଆର୍‌କୁ ଡାକିଥିଲେ ଫ୍ରଡ୍‌ କମ୍ପାନୀ

ଭୁବନେଶ୍ୱର: ଆଇଟିଇଆର୍‌ ଫେକ୍ ପ୍ଲେସ୍‌ମେଣ୍ଟ ଅଭିଯୋଗ ମାମଲାରେ ମୁହଁ ଖୋଲିଲେ ଗିରଫ କନ୍‌ସଲଟାଣ୍ଟ ମାନସ ରଞ୍ଜନ ନାୟକ। ଦିଲ୍ଲୀରେ ହୋଇଥିବା ପ୍ଲେସମେଣ୍ଟ ରାକେଟ୍ ନେଇ ସେ ବିସ୍ଫୋରକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି “ପ୍ଲେସ୍‌ମେଣ୍ଟର ୬ ମାସ ପୂର୍ବରୁ ଡିନ୍ ରାଜକୁମାର ହୋତାଙ୍କ ସହ ମୋର ପରିଚୟ ହୋଇଥିଲା। ସୋଆରେ ମୋତେ ଚାକିରି ଦେବା ପାଇଁ କହିଥିଲେ। ଏହାର ପ୍ରତିବଦଳରେ ମୁଁ ସୋଆକୁ ଫ୍ରଡ୍‌ କମ୍ପାନୀଙ୍କୁ ଡାକି ସାହାଯ୍ୟ କରିଥିଲି।” ତେବେ କେତେ ଟଙ୍କା ଡିଲ୍ ହୋଇଥିଲା, […]

manasa

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 09:05 PM IST

ଭୁବନେଶ୍ୱର: ଆଇଟିଇଆର୍‌ ଫେକ୍ ପ୍ଲେସ୍‌ମେଣ୍ଟ ଅଭିଯୋଗ ମାମଲାରେ ମୁହଁ ଖୋଲିଲେ ଗିରଫ କନ୍‌ସଲଟାଣ୍ଟ ମାନସ ରଞ୍ଜନ ନାୟକ। ଦିଲ୍ଲୀରେ ହୋଇଥିବା ପ୍ଲେସମେଣ୍ଟ ରାକେଟ୍ ନେଇ ସେ ବିସ୍ଫୋରକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି “ପ୍ଲେସ୍‌ମେଣ୍ଟର ୬ ମାସ ପୂର୍ବରୁ ଡିନ୍ ରାଜକୁମାର ହୋତାଙ୍କ ସହ ମୋର ପରିଚୟ ହୋଇଥିଲା। ସୋଆରେ ମୋତେ ଚାକିରି ଦେବା ପାଇଁ କହିଥିଲେ। ଏହାର ପ୍ରତିବଦଳରେ ମୁଁ ସୋଆକୁ ଫ୍ରଡ୍‌ କମ୍ପାନୀଙ୍କୁ ଡାକି ସାହାଯ୍ୟ କରିଥିଲି।”

ତେବେ କେତେ ଟଙ୍କା ଡିଲ୍ ହୋଇଥିଲା, ସେ ନେଇ ମାନସ କିଛି କହି ନାହାନ୍ତି। ତଦନ୍ତ ପରେ ସବୁ କଥା ପଦାକୁ ଆସିବ ବୋଲି ସେ କହିଛନ୍ତି।  ମାନସ ଲିଙ୍କରେ ଥିବା ଆଉ ଏକ କନସଲଟାଣ୍ଟକୁ ପୋଲିସ ଖୋଜୁଛି।  ଦିଲ୍ଲୀର କନସଲଟାଣ୍ଟ ରୋହନଙ୍କୁ ମଧ୍ୟ ପୋଲିସ୍‌ ଖୋଜୁଛି ।

ମାନସଙ୍କୁ ୩ ଦିନ ରିମାଣ୍ଡରେ ନେବ ପୋଲିସ୍‌

ମାନସଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ। ଆସନ୍ତାକାଲିଠାରୁ ମାନସଙ୍କୁ ରିମାଣ୍ଡରେ ନେବାକୁ କମିଶନରେଟ୍‌ ପୋଲିସକୁ ଅନୁମତି ମିଳିଛି। ପୋଲିସ୍‌ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।

Related story