ପିଏଲ୍‌ଏଫ୍‌ଆଇ ଲିଙ୍କ୍‌ରେ ଗିରଫ ପୂର୍ବତନ ବିଏସ୍‌ଏଫ୍‌ ଯବାନ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ

ରାଉରକେଲା (ଓଡ଼ିଶା ରିପୋର୍ଟର): ପିଏଲ୍‌ଏଫ୍‌ଆଇ ଲିଙ୍କରେ ବୀରମିତ୍ରପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ବିଏସ୍‌ଏଫ୍‌ ଯବାନ ଯଦୁମଣି ପାତ୍ର ୨୦୦୯ରେ ନିର୍ବାଚନ ଲଢି ଥିଲେ। ସେ ସମାଜବାଦି ପାର୍ଟିରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଯଦୁମଣିଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ। ପଚରାଉଚରା ସମୟରେ ପୋଲିସ୍‌ ପିଏଲ୍‌ଏଫ୍‌ଆଇର ନେଟଓ୍ୱର୍କ, ଏହାର କାର୍ଯ୍ୟକଳାପ, ଯଦୁମଣି ଆଉ କାହାକୁ ବନ୍ଧୁକ ଚାଳନା ଟ୍ରେନିଂ ଦେଇଛନ୍ତି କି ନାହିଁ, କେଉଁଠି […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 09:40 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ପିଏଲ୍‌ଏଫ୍‌ଆଇ ଲିଙ୍କରେ ବୀରମିତ୍ରପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ବିଏସ୍‌ଏଫ୍‌ ଯବାନ ଯଦୁମଣି ପାତ୍ର ୨୦୦୯ରେ ନିର୍ବାଚନ ଲଢି ଥିଲେ। ସେ ସମାଜବାଦି ପାର୍ଟିରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଯଦୁମଣିଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ।

ପଚରାଉଚରା ସମୟରେ ପୋଲିସ୍‌ ପିଏଲ୍‌ଏଫ୍‌ଆଇର ନେଟଓ୍ୱର୍କ, ଏହାର କାର୍ଯ୍ୟକଳାପ, ଯଦୁମଣି ଆଉ କାହାକୁ ବନ୍ଧୁକ ଚାଳନା ଟ୍ରେନିଂ ଦେଇଛନ୍ତି କି ନାହିଁ, କେଉଁଠି ଟ୍ରେନିଂ କ୍ୟାମ୍ପ ଥିଲା, ସେ ସଂପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରିଛି। ଏଥିସହ ଯଦୁମଣିଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଏସ୍‌ଏଫ୍‌ କାର୍ଯ୍ୟାଳୟକୁ ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର ଚିଠି ଲେଖିଥିବା ଜଣାପଡ଼ିଛି।

Related story