୬୨ ଯୁଦ୍ଧରୁ ଅନେକ ଶିକ୍ଷା ଲାଭ କରିଛୁ, ଯେ କୌଣସି ଶକ୍ତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ସୀମାରେ ଡୋକ୍‌ଲାମ ସ୍ଥିତିକୁ ଚୀନ ବାରମ୍ବାର ଧମକ ଦେଉଥିଲା ବେଳେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି କଡ଼ା ଚେତାବନୀ ଦେଇଛନ୍ତି। ଦେଶର ସୁରକ୍ଷା ଦୃଷ୍ଟିରୁ ଯେକୌଣସି ଚାଲେଞ୍ଜକୁ ମୁକାବିଲା ପାଇଁ ଭାରତୀୟ ସେନା ଦୃଢ ସମର୍ଥ ବୋଲି ସେ କହିଛନ୍ତି। ରାଜ୍ୟ ସଭାରେ ଉପସ୍ଥିତ ରହି ଅରୁଣ ଜେଟଲି  କହିଛନ୍ତି ଯେ, ୧୯୬୨ ଯୁଦ୍ଧରୁ ଭାରତ ଅନେକ କିଛି ଶିକ୍ଷା ଲାଭ କରିଛି। ସେହି ଅନୁଯାୟୀ ପଡ଼ୋଶୀ ରାଷ୍ଟ୍ରର ଯେ କୌଣସି ଶକ୍ତିକୁ ଜବାବ […]

arun

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 09:01 AM IST

ନୂଆଦିଲ୍ଲୀ: ସୀମାରେ ଡୋକ୍‌ଲାମ ସ୍ଥିତିକୁ ଚୀନ ବାରମ୍ବାର ଧମକ ଦେଉଥିଲା ବେଳେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି କଡ଼ା ଚେତାବନୀ ଦେଇଛନ୍ତି। ଦେଶର ସୁରକ୍ଷା ଦୃଷ୍ଟିରୁ ଯେକୌଣସି ଚାଲେଞ୍ଜକୁ ମୁକାବିଲା ପାଇଁ ଭାରତୀୟ ସେନା ଦୃଢ ସମର୍ଥ ବୋଲି ସେ କହିଛନ୍ତି। ରାଜ୍ୟ ସଭାରେ ଉପସ୍ଥିତ ରହି ଅରୁଣ ଜେଟଲି  କହିଛନ୍ତି ଯେ, ୧୯୬୨ ଯୁଦ୍ଧରୁ ଭାରତ ଅନେକ କିଛି ଶିକ୍ଷା ଲାଭ କରିଛି।

ସେହି ଅନୁଯାୟୀ ପଡ଼ୋଶୀ ରାଷ୍ଟ୍ରର ଯେ କୌଣସି ଶକ୍ତିକୁ ଜବାବ ଦେବା ପାଇଁ ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିଛି। ସେହିପରି ପାକିସ୍ତାନ ୧୯୪୮ରେ ଜମ୍ମୁ କଶ୍ମୀରରୁ  ଅଧିକାର କରିନେଇଥିବା ଅଞ୍ଚଳ ଦେଶକୁ ଫେରି ଆସୁ ବୋଲି ସବୁ ଭାରତୀୟଙ୍କ ଦୃଢ ଇଚ୍ଛା ବୋଲି ସେ କହିଛନ୍ତି।

ଭାରତ ଛାଡ଼ ଆନ୍ଦୋଳନର ୭୫ ବର୍ଷ ଅବସରରେ ଅରୁଣ ଜେଟଲି ଏହା କହିଛନ୍ତି।  ଇନ୍ଧିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଉଦାହରଣ ଦେଇ ଜେଟଲି କହିଲେ ଯେ, ଏହି  ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ଗୁଳିରେ ଶିକାର ହୋଇଥିଲେ।  ଆତଙ୍କବାଦ ହେଉଛି ଭାରତର ଅଖଣ୍ଡତା ପ୍ରତି ବଡ଼ ବିପଦ। ତେଣୁ ଏଭଳି ଶକ୍ତିକୁ  ଦମନ ପାଇଁ ସବୁ  ଭାରତୀୟ ଏକାଠି ହେବା ଜରୁରୀ ବୋଲି ସେ କହିଛନ୍ତି।

ଅଧିକ ଖବର: ଚୀନ-ପାକ୍‌ ସହ ଯୁଦ୍ଧ ପାଇଁ ୨୦ ହଜାର କୋଟି ଟଙ୍କା ମାଗିଲା ଭାରତୀୟ ସେନା

 

Related story