ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଯିବେ। ଏହି ଅବସରରେ ନବୀନ ବିଭିନ୍ନ ଜନକଲ୍ୟାଣ ଯୋଜନାର ଉଦ୍‌ଘାଟନ କରିବେ। ଏହାସହ ମହାକାଳପଡ଼ା, ରାଜନଗର ଓ କେନ୍ଦ୍ରାପଡ଼ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିବେ। ତେବେ ମହାକାଳପଡ଼ା ସଭା ଉପରେ ସମସ୍ତଙ୍କ ନଜର ରହିଛି। ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀମଣ୍ଡଳରୁ […]

cmnaveen

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 09:05 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଯିବେ। ଏହି ଅବସରରେ ନବୀନ ବିଭିନ୍ନ ଜନକଲ୍ୟାଣ ଯୋଜନାର ଉଦ୍‌ଘାଟନ କରିବେ। ଏହାସହ ମହାକାଳପଡ଼ା, ରାଜନଗର ଓ କେନ୍ଦ୍ରାପଡ଼ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିବେ।

ତେବେ ମହାକାଳପଡ଼ା ସଭା ଉପରେ ସମସ୍ତଙ୍କ ନଜର ରହିଛି। ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ପ୍ରଥମ ମହାକାଳପଡ଼ା ଗସ୍ତ। ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପଣ୍ଡା ଏବଂ ଅତନୁ ଉପସ୍ଥିତ ରହିବେ। ମନ୍ତ୍ରୀମଣ୍ଡଳରୁ ଅତନୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ସାଂସଦଙ୍କୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ସାଂସଦ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନବୀନ ଯିବାକୁ ଥିବା ଅଞ୍ଚଳରେ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Related story