ଆସନ୍ତା ବର୍ଷରୁ ବଦଳିବ ଯୁକ୍ତ ଦୁଇ ପାଠ୍ୟକ୍ରମ, ସିବିଏସଇ ଢାଞ୍ଚାରେ ପ୍ରସ୍ତୁତ ହେବ ସିଲାବସ୍

ଭୁବନେଶ୍ୱର: ବଦଳିବ ଯୁକ୍ତ ଦୁଇ ସିଲାବସ୍। ସିବିଏସ୍ଇ ଢାଞ୍ଚାରେ ସିଲାବସ୍ ପ୍ରସ୍ତୁତି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ଶିକ୍ଷା ବର୍ଷଠାରୁ ନୂଆ ସିଲାବସ୍ ଲାଗୁ ହେବ। ଆଜି ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ସିଲାବସ୍ ଏକ୍ସପର୍ଟମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ସିଲାବସରେ ଅବଜେକ୍ଟିଭ ଉପରେ ଗୁରୁତ୍ୱ ଦିଆଯାଇଛି। ତା’ ସହ ନୂଆ ସିଲାବସ୍ ଅନୁସାରେ ପରୀକ୍ଷା ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ […]

sikhya

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 01:06 PM IST

ଭୁବନେଶ୍ୱର: ବଦଳିବ ଯୁକ୍ତ ଦୁଇ ସିଲାବସ୍। ସିବିଏସ୍ଇ ଢାଞ୍ଚାରେ ସିଲାବସ୍ ପ୍ରସ୍ତୁତି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ଶିକ୍ଷା ବର୍ଷଠାରୁ ନୂଆ ସିଲାବସ୍ ଲାଗୁ ହେବ। ଆଜି ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ସିଲାବସ୍ ଏକ୍ସପର୍ଟମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ସିଲାବସରେ ଅବଜେକ୍ଟିଭ ଉପରେ ଗୁରୁତ୍ୱ ଦିଆଯାଇଛି। ତା’ ସହ ନୂଆ ସିଲାବସ୍ ଅନୁସାରେ ପରୀକ୍ଷା ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ କିଭଳି ଭଲ ପ୍ରଦର୍ଶନ କରିବେ ତାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚ ମାଧ୍ୟମିକ ପରିଷଦର ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ପ୍ରତି ବିଷୟ ପାଇଁ ଅଲଗା ଅଲଗା ସିଲାବସ୍ କମିଟି ଗଠନ କରାଯାଇଥିଲା। ସମସ୍ତ ସିଲାବସ୍ କମିଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସିଲାବସଗୁଡ଼ିକୁ ଦାଖଲ କରିଥିଲେ। ସିବିଏସଇ ଢାଞ୍ଚାରେ ସିଲାବସ୍ ପ୍ରସ୍ତୁତ କରିବା ପାଇଁ କମିଟିଗୁଡ଼ିକୁ କୁହାଯାଇଥିଲା। ଉକ୍ତ ସିଲାବସଗୁଡ଼ିକୁ ଆଜି ଏକାଡେମୀ କମିଟି ସମୀକ୍ଷା ଓ ସଂଶୋଧନ କରାଯାଇଥିଲା। ଏକାଡେମୀ କମିଟିରେ ସବୁ ସିଲାବସ୍ କମିଟିର ଅଧ୍ୟକ୍ଷମାନଙ୍କ ସହିତ ଆଉ ୫ ଜଣ ସଦସ୍ୟ ଅଛନ୍ତି।

Related story