ଆସନ୍ତାକାଲି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ବାଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନ ମାଓ ସଂଗଠନ ପକ୍ଷରୁ ଆସନ୍ତାକାଲି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାୟଗଡ଼ା କଲ୍ୟାଣସିଂହପୁର ଶିବ ମନ୍ଦିର, ପଣସପଦର ଛକ ଓ ଶିକରପାଇ ଗାଁ ବସ୍‌ଷ୍ଟାଣ୍ଡ ନିକଟରେ ଏ ସମ୍ପର୍କିତ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗୁଳିକାଣ୍ଡରେ ମୃତାହତଙ୍କ ପରିବାରକୁ ସମବେଦନା ସହ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ […]

mao

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 02:19 PM IST

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ବାଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନ ମାଓ ସଂଗଠନ ପକ୍ଷରୁ ଆସନ୍ତାକାଲି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାୟଗଡ଼ା କଲ୍ୟାଣସିଂହପୁର ଶିବ ମନ୍ଦିର, ପଣସପଦର ଛକ ଓ ଶିକରପାଇ ଗାଁ ବସ୍‌ଷ୍ଟାଣ୍ଡ ନିକଟରେ ଏ ସମ୍ପର୍କିତ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗୁଳିକାଣ୍ଡରେ ମୃତାହତଙ୍କ ପରିବାରକୁ ସମବେଦନା ସହ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବା ପାଇଁ ଦାବି କରାଯାଇଛି। ଏହାସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଓ ଆହତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି ମାଓ ସଂଗଠନ।

Related story