ଅସ୍ତରଙ୍ଗ ଦିନାଡିଆଁ ଗାଁରେ ୪ ଜଣଙ୍କୁ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ, ଭଙ୍ଗାରୁଜା

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିପାରି ନାହିଁ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଳମ୍ୱ ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଅସ୍ତରଙ୍ଗ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲ ଅଫିସ ଭଙ୍ଗାରୁଜା କରିଥିଲେ । ଏହାସହ ବ୍ଲକ ଅଫିସ ସମେତ ସରକାରୀ କାର୍ଯ୍ୟାଳୟଗୁଡିକରେ […]

puri

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 12:08 PM IST

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିପାରି ନାହିଁ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଳମ୍ୱ ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଅସ୍ତରଙ୍ଗ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲ ଅଫିସ ଭଙ୍ଗାରୁଜା କରିଥିଲେ । ଏହାସହ ବ୍ଲକ ଅଫିସ ସମେତ ସରକାରୀ କାର୍ଯ୍ୟାଳୟଗୁଡିକରେ ତାଲା ପକାଇ ଦେଇଛନ୍ତି ।

ହତ୍ୟାକାଣ୍ଡ ଘଟିବାର ୮ଦିନ ବିତି ଗଲାଣି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଦାୟିତ୍ୱ ନେବାର ୭ଦିନ ବିତି ଗଲାଣି । ହେଲେ ଆଜି ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସାମାନ୍ୟତମ ସୁରାକ ପାଇବାକୁ ସକ୍ଷମ ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଆଜି ଏକ ଶୋଭାଯାତ୍ରାରେ ଆସି ଥାନା ଆଗରେ ପହଞ୍ଚି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ସେଠାରୁ ତହସିଲ୍ ଅଫିସକୁ ଯାଇ ଭଙ୍ଗ।ରୁଜା କରିଥିଲେ । ଖବର ପାଇ ପୁରୀ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡିଛି।

Related story