ପାଗଳ ପ୍ରେମିକ: ପ୍ରେମିକା ଘରେ ଲଗାଇଲା ନିଆଁ, ମାଆ-ଝିଅ ଗୁରୁତର

ଆସିକା (ଓଡ଼ିଶା ରିପୋର୍ଟର): ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନିବେଦନ କରି ବିଫଳ ହେବା ପରେ ହତାଶ ପ୍ରେମିକ, ପ୍ରେମିକାର ଘରେ ନିଆଁ ଲାଗଦେଇଛି। ନିଆଁରେ ପୋଡ଼ିହୋଇ ପ୍ରେମିକା ଓ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଗତ ଦୁଇ ଦିନ ତଳେ ମନ୍ଦିରକୁ ଯାଇଥିବା ଜଣେ ଯୁବତୀ ଗଣବଳାତ୍କାର କରାଯାଇଥିବା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ଘଟଣା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ପୋଲସରା […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 04:11 PM IST

ଆସିକା (ଓଡ଼ିଶା ରିପୋର୍ଟର): ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନିବେଦନ କରି ବିଫଳ ହେବା ପରେ ହତାଶ ପ୍ରେମିକ, ପ୍ରେମିକାର ଘରେ ନିଆଁ ଲାଗଦେଇଛି। ନିଆଁରେ ପୋଡ଼ିହୋଇ ପ୍ରେମିକା ଓ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଗତ ଦୁଇ ଦିନ ତଳେ ମନ୍ଦିରକୁ ଯାଇଥିବା ଜଣେ ଯୁବତୀ ଗଣବଳାତ୍କାର କରାଯାଇଥିବା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ଘଟଣା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ପୋଲସରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ। ମାତ୍ର ଏହାକୁ ଯୁବତୀ ଜଣକ ବିରୋଧ କରୁଥିଲେ। ଏହା ସତ୍ତ୍ୱେ ଯୁବକ ଜଣକ ବଳପୂର୍ବକୁ ପ୍ରେମ ନିବେଦନ କରୁଥିଲେ। ଆଜି ସକାଳେ ଯୁବତୀ ଜଣକ ଘରେ ରୋଷେଇ କରୁଥିଲେ। ଏହି ସମୟରେ ପ୍ରେମକ, ପ୍ରେମିକାଙ୍କ ଘରେ ପଶି କିରାସିନି ଢ଼ାଳି ନିଆଁ ଲାଗାଇଦେଇଥିଲେ। ଝିଅର ଚିତ୍କାର ଶୁଣି ମାଆ ବଞ୍ଚାଇବାକୁ ଯାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Related story