ଏଟି ଚିଟ୍‌ଫଣ୍ଡ ମାମଲା: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଲୁଲୁଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ନାଁ ନେଇ ନ ଥିଲେ ବି ବିଜୁ ଯୁବ ଜନତା ଦଳ ସଭାପତି ଏହି ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ସିବିଆଇ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ସେ ଏପରି ଅଭିଯୋଗ ଆଣିଛନ୍ତି। ଏଟି ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀ କମ୍ପାନୀ ଟଙ୍କାରେ କିଣିଥିବା ଏକ ପାଜେରୋ ଗାଡ଼ି […]

lulu-sanjaya

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 03:35 PM IST

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ନାଁ ନେଇ ନ ଥିଲେ ବି ବିଜୁ ଯୁବ ଜନତା ଦଳ ସଭାପତି ଏହି ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ସିବିଆଇ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ସେ ଏପରି ଅଭିଯୋଗ ଆଣିଛନ୍ତି।

ଏଟି ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀ କମ୍ପାନୀ ଟଙ୍କାରେ କିଣିଥିବା ଏକ ପାଜେରୋ ଗାଡ଼ି ସଞ୍ଜୟ ଦାସବର୍ମା ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ସିବିଆଇ ହାଇକୋର୍ଟରେ ଦାଖଲ କରିଥିବା ତା’ର ସତ୍ୟପାଠରେ ଉଲ୍ଲେଖ କରିଛି। ଏହି ସଞ୍ଜୟ ଦାସବର୍ମା ଜଣଙ୍କ କିଏ, ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଲୁଲୁ ମନ୍ତ୍ରୀ ଦାସବର୍ମାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଲୁଲୁ କହିଛନ୍ତି, “ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଓ ବିଜେଡି ସରକାରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିବା ବ୍ୟକ୍ତି ଜଣଙ୍କ ଏହି ପାଜେରୋ ଗାଡ଼ି ନେଇଥିଲେ। ମୁଁ ମଧ୍ୟ ଉକ୍ତ ଗାଡିକୁ ଦେଖିଛି। ଓଡ଼ିଶାରୁ ଗାଡ଼ିଟିକୁ ଏବେ ଗାଏବ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯଦି ମୋ କଥା ଶୁଣୁଛନ୍ତି ତେବେ ଏହାର ଉତ୍ତର ଦିଅନ୍ତୁ। ଯଦି ଆଇନ ତା’ ବାଟରେ ଯାଉଛି, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ ଦେଉଛନ୍ତି ତେବେ ଉକ୍ତ ମନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କୁହନ୍ତୁ। ବ୍ୟକ୍ତି ଜଣଙ୍କ ଶାସକ ଦଳରେ ଅଛନ୍ତି ଓ ନବୀନ ପଟ୍ଟନାୟକଙ୍କ ଡାହଣ ହାତ ବୋଲାଉଛନ୍ତି। ତେଣୁ ତାଙ୍କୁ ଅନୁକମ୍ପା ଦେଖାଯାଉଛି।”

ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଓ ନିଜ ଦଳରେ କୋଣଠେସା ହୋଇ ରହିଥିବା ବ୍ରହ୍ମଗିରିର ପୂର୍ବତନ ବିଧାୟକଙ୍କ ଚରିତ୍ର ଓ ଭାବମୂର୍ତ୍ତି କ’ଣ ରାଜ୍ୟବାସୀ ଜାଣନ୍ତି। ସେ ଆଣିଥିବା ଅଭିଯୋଗ ଭିତ୍ତିହୀନ, ମୁର୍ଖାମୀର ପରିଚୟ। ସାହସ ଅଛି ତ ଆଣିଥିବା ଅଭିଯୋଗକୁ ସେ ପ୍ରମାଣ କରନ୍ତୁ, ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। ଏପରି ମିଛ ଅଭିଯୋଗ ଆଣି ସେ ନିଜକୁ ଜଣେ ନିନ୍ଦିତ ବ୍ୟକ୍ତି ବୋଲି ପୁଣି ପରିଚୟ ଦେଇଛନ୍ତି। ଯଦି ସାହସ ଅଛି ଅଭିଯୋଗକୁ ପ୍ରମାଣ କରନ୍ତୁ, ନ ହେଲେ ରାଜନୀତିରୁ ସନ୍ୟାସ ନେଇଯାଆନ୍ତୁ।”

Related story