ଅଧୁରା ପ୍ରେମ କାହାଣୀ: ଏହି କାରଣରୁ ବାହା ହୋଇ ନଥିଲେ କି ଅଟଳ ?

ଦେଶର ସବୁଠୁ ଲୋକପ୍ରିୟ ରାଜନେତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ୟତମ। କାରଣ ସେ ସର୍ବଦା ରାଜନୈତିକ ସ୍ୱାର୍ଥ ଛାଡି ଜନତାଙ୍କ ହିତ କଥା ଚିନ୍ତା କରନ୍ତି। ସବୁବେଳେ ନିଃସ୍ୱାର୍ଥପର ରାଜନୀତି ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଅଟଳ କିନ୍ତୁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ଆଉ ସେ ବିବାହ ନକରିବାର କାରଣ ବି ବଡ ଦୁଃଖଦ। ଅଟଳ ବିହାରୀ ବାଜପେୟୀଙ୍କ ଅବିବାହିତ ରହିବା ପଛରେ ରହିଛି […]

bajpai

Ordigital Desk
  • Published: Sunday, 07 January 2018
  • , Updated: 07 January 2018, 01:30 PM IST

ଦେଶର ସବୁଠୁ ଲୋକପ୍ରିୟ ରାଜନେତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ୟତମ। କାରଣ ସେ ସର୍ବଦା ରାଜନୈତିକ ସ୍ୱାର୍ଥ ଛାଡି ଜନତାଙ୍କ ହିତ କଥା ଚିନ୍ତା କରନ୍ତି। ସବୁବେଳେ ନିଃସ୍ୱାର୍ଥପର ରାଜନୀତି ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଅଟଳ କିନ୍ତୁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ଆଉ ସେ ବିବାହ ନକରିବାର କାରଣ ବି ବଡ ଦୁଃଖଦ। ଅଟଳ ବିହାରୀ ବାଜପେୟୀଙ୍କ ଅବିବାହିତ ରହିବା ପଛରେ ରହିଛି ଏକ ରୋମାଞ୍ଚକର ପ୍ରେମ କାହାଣୀ।

ଅଟଳ ବିହାରୀ ବାଜପେୟୀ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍‌ କରୁଥିଲେ। କୁହାଯାଏ ସେହି ସମୟରେ ତାଙ୍କର ଜଣେ ସହପାଠିନୀ ଥିଲେ ରାଜକୁମାରୀ। ତାଙ୍କ ସହ ଅଟଳଙ୍କର ଘନିଷ୍ଟ ବନ୍ଧୁତା ଥିଲା। ଉଭୟ ଅଧିକରୁ ଅଧିକ ସମୟ ଏକାଠି ବିତାଉଥିଲେ। କିଛି ଦିନ ମିଳାମିଶା ପରେ ଅଟଳଙ୍କୁ ଧିରେ ଧିରେ ରାଜକୁମାରୀ ପସନ୍ଦ ଆସିବାରେ ଲାଗିଲେ ଓ ଶେଷରେ ରାଜକୁମାରୀଙ୍କ ପ୍ରେମରେ ପଡିଗଲେ ଅଟଳ। ରାଜକୁମାରୀ ପାଣ୍ଡେଜିଙ୍କ ନାତୁଣୀ ଅର୍ଥାତ ଇନ୍ଦିରା ଗାନ୍ଧୀଙ୍କର ଜ୍ଞାତି ଭଉଣୀ ଥିଲେ। ଦିନେ ଅଟଳ ଏକ ପ୍ରେମପତ୍ର ବହିରେ ରଖି ଇନ୍ଦିରାକୁ ଦେଇଥିଲେ ଓ କହିଥିଲେ ଏହାକୁ ରାଜକୁମାରୀଙ୍କ ପାଖରେ ପହଁଚାଇବା ପାଇଁ। ଦୁର୍ଭାଗ୍ୟବଶତଃ ଏହି ପ୍ରେମପତ୍ରଟି ରାଜକୁମାରୀଙ୍କ ପାଖରେ ପହଁଚି ନଥିଲା ଓ ରାଜକୁମାରୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଗଲା। ରାଜକୁମାରୀ ଖୁସିରେ ବିବାହ କରିନେଲେ, ହେଲେ ଅଟଳଙ୍କ ପ୍ରେମ କାହାଣୀ ସେଇଠି ଅଧାରେ ରହିଯାଇଥିଲା।

Related story