ଭାଟ୍‌ ଉଚ୍ଛେଦ ପ୍ରସଙ୍ଗ: ସରକାର-ବ୍ୟବସାୟୀ ସଂଘ ଆଲୋଚନା ବିଫଳ, ଏପ୍ରିଲ ୧ରୁ ଆମଦାନି ବନ୍ଦ

ଭୁବନେଶ୍ୱର: ଭାଟ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ବସିଥିବା ସରକାର-ବ୍ୟବସାୟୀ ସଂଘ ଆଲୋଚନା ବିଫଳ ହୋଇଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ବଜେଟ୍‌ ଅଧିବେଶ ପରେ ପୁଣି ବୈଠକ ବସିବ ବୋଲି ଆଲୋଚନା ପରେ ଅର୍ଥମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ କହିଛନ୍ତି। ସେହିପରି ଆମଦାନି ବନ୍ଦ ନ କରିବାକୁ ଉଭୟ ମନ୍ତ୍ରୀ ସଂଘକୁ ଅନୁରୋଧ କରିଛନ୍ତି। ବୈଠକ ବିଫଳ ହୋଇଯିବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ ଏପ୍ରିଲ […]

dali-tela

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 05:31 PM IST

ଭୁବନେଶ୍ୱର: ଭାଟ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ବସିଥିବା ସରକାର-ବ୍ୟବସାୟୀ ସଂଘ ଆଲୋଚନା ବିଫଳ ହୋଇଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ବଜେଟ୍‌ ଅଧିବେଶ ପରେ ପୁଣି ବୈଠକ ବସିବ ବୋଲି ଆଲୋଚନା ପରେ ଅର୍ଥମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ କହିଛନ୍ତି। ସେହିପରି ଆମଦାନି ବନ୍ଦ ନ କରିବାକୁ ଉଭୟ ମନ୍ତ୍ରୀ ସଂଘକୁ ଅନୁରୋଧ କରିଛନ୍ତି।

ବୈଠକ ବିଫଳ ହୋଇଯିବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧ରୁ ଆମଦାନି ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି। ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, “ସରକାର ସମୟ ଗଡ଼ାଇବା ପାଇଁ ଆଳ ଦେଖାଉଛନ୍ତି। ସଂଘ ନିରୂପାୟ, ଆଲୋଚନା ନିରର୍ଥକ।”

୨୫ଟି ରାଜ୍ୟରେ ଡାଲି ଓ ଗହମଯାତ ସାମଗ୍ରୀ ଉପରେ ଭାଟ୍ ଲାଗୁ ନ ଥିବାରୁ ଓଡ଼ିଶାରେ ମଧ୍ୟ ଭାଟ୍ ଉଚ୍ଛେଦ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରୁଛି। ଡାଲି ଓ ଗହମ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଭାଟ୍ ଲଗାଇ ବାର୍ଷିକ ୧୪,୫୦୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତେବେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେଲେ ସରକାର ଏ ବାବଦକୁ ୧୮ ହଜାର କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଯୁକ୍ତି ବାଢ଼ିଛି।

ଡାଲି ଓ ଗହମଜାତ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟୀମାନେ ଆମଦାନି ନ କଲେ ରାଜ୍ୟରେ ଏସବୁ ସାମଗ୍ରୀର ଅଭାବ ସୃଷ୍ଟି ହେବ। ତେବେ ବଜେଟ୍ ଅଧିବେଶନ ସରିବା ପରେ ଆଉ ଥରେ ବ୍ୟବସାୟୀଙ୍କ ସହିତ ଆଲୋଚନା କରାଯିବ ବୋଲି ସରକାର କହିଛନ୍ତି। ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ ନ କରିବାକୁ ବ୍ୟବସାୟୀ ମହାସଂଘକୁ ନିବେଦନ କରିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା।

ଗତକାଲି ଏହି ବୈଠକ ବସିବାକୁ ଥିବା ବେଳେ ଏହାକୁ ବାତିଲ କରାଯାଇଥିଲା। ଗତ ଶନିବାର ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା।

Related story