ମରୁଡ଼ି ପ୍ରଭାବିତ ଅଞ୍ଚଳ ତାଲିକାରେ ଆଉ ୪ ଜିଲ୍ଲା ସାମିଲ

ଭୁବନେଶ୍ୱର: ରାଜ୍ୟର ଆଉ ୪ଟି ଜିଲ୍ଲା ମରୁଡି ପ୍ରଭାବିତ ଅଞ୍ଚଳ ତାଲିକାରେ ସାମିଲ ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା ଓ ବରଗଡ଼ । ଏ ନେଇ ଆଜି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ୧୬ଟି ଜିଲ୍ଲାର ୧୨୩ ବ୍ଲକ ମରୁଡି ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ଘୋଷଣା କରିଥିବା ପ୍ୟାକେଜକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ […]

bijayshree routray

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 05:41 PM IST

ଭୁବନେଶ୍ୱର: ରାଜ୍ୟର ଆଉ ୪ଟି ଜିଲ୍ଲା ମରୁଡି ପ୍ରଭାବିତ ଅଞ୍ଚଳ ତାଲିକାରେ ସାମିଲ ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା ଓ ବରଗଡ଼ । ଏ ନେଇ ଆଜି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ୧୬ଟି ଜିଲ୍ଲାର ୧୨୩ ବ୍ଲକ ମରୁଡି ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ଘୋଷଣା କରିଥିବା ପ୍ୟାକେଜକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ବୁଧବାର ରାଜ୍ୟରେ ୧୨ଟି ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଘୋଷଣା କରାଯାଇଥିଲା । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ବୌଦ୍ଧ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, କନ୍ଧମାଳ ଓ ସୁବର୍ଣ୍ଣପୁର। ଏହି ବ୍ଲକଗୁଡ଼ିକର ମୋଟ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ ହୋଇଛି। ଅର୍ଥାତ ମୋଟ ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ଫସଲ ଉଜୁଡ଼ି ଯାଇଛି। ଆଇ-ଏଷ୍ଟିମେଶନ୍ ବା ପ୍ରାଥମିକସ୍ତରରେ ରାଜସ୍ୱ ବିଭାଗର ଆକଳନରୁ ଏହି ତଥ୍ୟ ଆସିଛି । କ୍ରପ୍ କଟିଂ ବା ଅମଳ ପରେ ସଠିକ୍ ତଥ୍ୟ ଆସିପାରିବ ବୋଲି ରାଜସ୍ୱ ମନ୍ତ୍ରୀ ରାଉତରାୟ କହିଥିଲେ । ଏବେ ବି କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ମିଳିତ ସର୍ଭେ କାମରେ ଲାଗିଛନ୍ତି। ଆଗକୁ ବର୍ଷା ହେଲେ ସ୍ଥିତିରେ କିଛି ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି।

Related story