ଅଟୋ-ମିନି ଟ୍ରକ୍ ଧକ୍କା; ଜଣେ ମୃତ, ୬ ଆହତ

ଭୁବନେଶ୍ୱର: ନିମାପଡ଼ା-ପିପିଲି ରାସ୍ତାର ଏକମଣା ଛକ ନିକଟରେ ଆଜି ସକାଳେ ଏକ ମିନି ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଭୁବନେଶ୍ୱର ଅଣାଯାଇଛି। ଏମାନେ ସମସ୍ତେ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳର। ଆଜି ମାଘ ସପ୍ତମୀ ଅବସରରେ ସେମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଯାଇଥିଲେ। ବୁଡ଼ ପକାଇ ଅଟୋରେ ଫେରୁଥିବା ବେଳେ ଏହି […]

auto-accident

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 08:16 AM IST

ଭୁବନେଶ୍ୱର: ନିମାପଡ଼ା-ପିପିଲି ରାସ୍ତାର ଏକମଣା ଛକ ନିକଟରେ ଆଜି ସକାଳେ ଏକ ମିନି ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଭୁବନେଶ୍ୱର ଅଣାଯାଇଛି। ଏମାନେ ସମସ୍ତେ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳର। ଆଜି ମାଘ ସପ୍ତମୀ ଅବସରରେ ସେମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଯାଇଥିଲେ। ବୁଡ଼ ପକାଇ ଅଟୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲେ। ଅଟୋରେ ମୋଟ ୭ ଜଣ ଥିଲେ। ଧକ୍କା ଦେଇ ମିନି ଟ୍ରକ୍‌ଟି ସେଠାରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ମିନି ଟ୍ରକ୍‌ଟିକୁ ଧରିବାକୁ ଉଦ୍ୟମ କରିଥିଲେ।

Related story