ମାଆ ତୁ ଉଠୁନୁ କାହିଁକି ? ମହିଳାଙ୍କ ମୃତଦେହ ପାଖରେ ବସି କାନ୍ଦୁଛି କଅଁଳା ଶିଶୁ

Ordigital Desk
  • Published: Tuesday, 11 July 2017
  • , Updated: 11 July 2017, 09:10 PM IST
<p>କୋରାପୁଟ: ମା&rsquo; ତୁ ଉଠୁନୁ କାହିଁକି। ମତେ କୋଳେଇ ନେଉନୁ କାହିଁକି। ମତେ ଭୋକ ହେଲାଣି, ଆଜି &zwj;ଖିର ଦେବୁନୁ କି।</p> <p>ଦୃଶ୍ୟଟି ଦେଖିଲେ ଯେ କେହି ବି ହୋଇପଡ଼ିବ କୋହାଗ୍ରସ୍ତ। ଦୟାରେ ଆଖିରେ ଲୁହ ଆସିଯିବ। ଜଙ୍ଗଲ ଭିତରେ ପଡ଼ିଛି ଜଣେ ମହିଳାଙ୍କ ମୃତଦେହ। ଚିର ନିଦ୍ରାରେ ଶୋଇଛି ମାଆଟିଏ। ପାଖରେ ବସିଛି କଅଁଳା ଶିଶୁଟିଏ। ରାହା ଛଡ଼େଇ କାନ୍ଦୁଛି। ସତେଯେମିତି ପଚାରୁଛି ଏମିତି ପ୍ରଶ୍ନ। ସେ ଜାଣିନି ମାଆ କାହିଁକି ଏମିତି ଶୋଇଛି। ଆଉ କେବେ ଉଠିବ କି ନାହିଁ। ତଥାପି ସେ କାନ୍ଦୁଛି। କାଳେ କାନ୍ଦ ଶୁଣି ମା&rsquo; ଉଠି ପଡ଼ିବ। ସେ ଜାଣିନି ନିଷ୍ଠୁର ସମାଜ ଆଗରେ ତା&rsquo; ମା&rsquo; ହାର ମାନିଛି। ଆଉ କେବେ ଉଠିବ ନାହିଁ। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟର ଏକ ଜଙ୍ଗଲରେ।</p> <p>[vc_video link=&quot;&quot; align=&quot;center&quot;]</p> <p>ବୋରିଗୁମ୍ମା-କୋରାପୁଟ ରାସ୍ତା କଡ଼ କୁମ୍ଭାରୀପୁଟ୍&zwnj; ଜଙ୍ଗଲରୁ ଭାସି ଆସୁଥିଲା ଜଣେ କଅଁଳା ଶିଶୁର କାନ୍ଦ ଶବ୍ଦ। ପ୍ରଥମେ ସେହି ଜଙ୍ଗଲ ଦେଇ ଯାଉଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଏକତ୍ର ହୋଇ ଜଙ୍ଗଲରେ ଖୋଜିଥିଲେ। ଶେଷରେ ସେମାନେ ଯାହା ଦେଖିଥିଲେ ତାହା ସହଜରେ ବିଶ୍ୱାସ କରି ପାରିଲେନଥିଲେ। ସତରେ କଣ ଏ ଦୁନିଆ ଏତେ ନିଷ୍ଠୁର। ମଲା ମା&rsquo; ପାଖରେ ଶିଶୁକୁ ଛାଡ଼ିଦେଲା। ଜଙ୍ଗଲରେ ମା&rsquo;ର ମଲାଦେହ ମାଟିରେ ପଡ଼ିଛି। ପାଟିରୁ ରକ୍ତ ବାହାରୁଛି। ବେକରେ ତଉଲିଆ ଗୋଡା ହେବାର ଦାଗ ରହିଛି। ପାଖରେ ରାହା ଧରି କାନ୍ଦୁଛି କୁନି ଛୁଆ। ଭାବୁଛି ମା&rsquo; ତାର ଉଠିବ, କୋଳେଇ ନେଇ ଗେଲ କରିବ। କିନ୍ତୁ ମା&rsquo; ଉଠୁନି। କୁନି ଛୁଆର କାନ ଓ ମୁହଁରେ କ୍ଷତ ଚିହ୍ନ ହୋଇଛି। ଏ ସମ୍ପର୍କରେ ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର ଚିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ମୃତ ମହିଳାଙ୍କ ପରିଚୟ ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।</p>

Related story