ବିପଦ ସଙ୍କେତ ଟପିଲା ବୈତରଣୀ: ଆତଙ୍କିତ ତଳିଆ ଅଞ୍ଚଳବାସୀ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ।  ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ  ୩୯.୧୨ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ।  ଏଥିସହ ସୁଆଁପଦା-ବାଲିବରୁଅଁ ରାସ୍ତାର ଶଙ୍କରପୁରଠାରେ ନଦୀ ବନ୍ଧ ବୁଡ଼ିଯାଇଛି। ତା’ସହ ଆୟତପୁର ଓ ଶଙ୍କରପୁର ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ ରହିଛି। ସେହିପରି ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ମଧ୍ୟ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ  ବିପଦ ସଙ୍କେତ ୧୭.୮୩ […]

flood

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 09:03 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ।  ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ  ୩୯.୧୨ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ।  ଏଥିସହ ସୁଆଁପଦା-ବାଲିବରୁଅଁ ରାସ୍ତାର ଶଙ୍କରପୁରଠାରେ ନଦୀ ବନ୍ଧ ବୁଡ଼ିଯାଇଛି। ତା’ସହ ଆୟତପୁର ଓ ଶଙ୍କରପୁର ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ ରହିଛି।

ସେହିପରି ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ମଧ୍ୟ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ  ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ୧୮.୪୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବୈତରଣୀ।

ତେଣୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକେ।

Related story