ଗଂଜେଇ କାରବାରରେ ଗୁଲାବୀ ଗ୍ୟାଙ୍ଗ୍‌: ଲେଡି ଡନ୍ କହିବ ନିଶା ଓ ନାରୀର କାହାଣୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗଂଜେଇ କାରବାରରେ ଗୁଲାବୀ ଗ୍ୟାଙ୍ଗ୍। ନିଶା କାରବାରରେ ନାରୀ। ବଲାଙ୍ଗିରରେ ପ୍ରଥମ ଥର ପାଇଁ ଧରା ପଡିଛି ଏକ ମହିଳା ଗଂଜେଇ ଗ୍ୟାଙ୍ଗ୍। ୪ଜଣ ଯୁବତୀଙ୍କୁ ଗିରଫ କରିବା ପରେ ଚୋରା ଗଂଜେଇ କାରବାରର ମାଷ୍ଟରମାଇଣ୍ଡକୁ ଖୋଜିବା ଆରମ୍ଭ କରିଛି ପୋଲିସ୍। କେମିତି ଧରା ପଡିଲା ଏହି ଗ୍ୟାଙ୍ଗ ? ବଡିଭୋରରୁ ବଲାଙ୍ଗିର ସରକାରୀ ବସ୍‌ ଷ୍ଟାଣ୍ଡକୁ ଘେରି ଯାଇଥିଲା ପୋଲିସ୍। ଗୁଇନ୍ଦା ସୂଚନା ମୁତାବକ, ଏକ ଦୋକାନ ସାମ୍ନାରେ ବସିଥିବା ୪ଜଣ ଯୁବତୀଙ୍କ […]

Balangir

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 01:52 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗଂଜେଇ କାରବାରରେ ଗୁଲାବୀ ଗ୍ୟାଙ୍ଗ୍। ନିଶା କାରବାରରେ ନାରୀ। ବଲାଙ୍ଗିରରେ ପ୍ରଥମ ଥର ପାଇଁ ଧରା ପଡିଛି ଏକ ମହିଳା ଗଂଜେଇ ଗ୍ୟାଙ୍ଗ୍। ୪ଜଣ ଯୁବତୀଙ୍କୁ ଗିରଫ କରିବା ପରେ ଚୋରା ଗଂଜେଇ କାରବାରର ମାଷ୍ଟରମାଇଣ୍ଡକୁ ଖୋଜିବା ଆରମ୍ଭ କରିଛି ପୋଲିସ୍।

କେମିତି ଧରା ପଡିଲା ଏହି ଗ୍ୟାଙ୍ଗ ?

ବଡିଭୋରରୁ ବଲାଙ୍ଗିର ସରକାରୀ ବସ୍‌ ଷ୍ଟାଣ୍ଡକୁ ଘେରି ଯାଇଥିଲା ପୋଲିସ୍। ଗୁଇନ୍ଦା ସୂଚନା ମୁତାବକ, ଏକ ଦୋକାନ ସାମ୍ନାରେ ବସିଥିବା ୪ଜଣ ଯୁବତୀଙ୍କ ଉପରେ ପଡିଥିଲା ପୋଲିସର ସନ୍ଦେହି ଆଖି। ହେଲେ ଖାନତଲାସୀ ବେଳେ ସାମ୍ନାକୁ ଆସିଥିଲା ଖତରନାକ୍ ସତ। କାରଣ ଯୁବତୀଙ୍କ ବ୍ୟାଗକୁ ବାହାରିଲା କିଲୋ କିଲୋ ଗଂଜେଇ। ୨୦ଟି ପ୍ୟାକେଟ୍‌ରୁ ପାଖାପାଖି ୨୦ କିଲୋ ଗଂଜେଇ ଜବତ କରିଛି ପୋଲିସ୍। ଯାହାର ମୂଲ୍ୟ ପାଖାପାଖି ଲକ୍ଷେ ଟଙ୍କ। ହେବ।

କନ୍ଧମାଳରୁ ରାଉରକେଲା ଭାୟା ବଲାଙ୍ଗିର। ଚୋରା କାରବାରର ଚେର କେଉଁଠି? କିଏ ଏହି ଗୁଲାବୀ ଗଂଜେଇ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ? ପୋଲିସର ସନ୍ଦେହକୁ ଦୁର୍ବଳ କରିବାକୁ ଗଢା ହୋଇଛି କି ମହିଳା ଗଂଜେଇ ଗ୍ୟାଙ୍ଗ୍‌? ଚୋରା କାରବାରକୁ ସହଜ କରିବାକୁ ନାରୀକୁ କରାଯାଉଛି କି ଅସ୍ତ୍ର? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ବଲାଙ୍ଗିର ପୋଲିସ୍।

Related story