ଅଗ୍ନି-୪ର ହେଲା ପରୀକ୍ଷଣ

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ ଆଜି କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଡକ୍ଟର ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଦିନ ୧୧ଟା ୫୦ରେ ଉତ୍‌କ୍ଷେପଣ କରାଯାଇଥିଲା। ୧୫ କିଲୋଟନ୍‌ରୁ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଅଗ୍ନି-୪ କ୍ଷେପଣାସ୍ତ୍ର ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ […]

agni

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 12:12 PM IST

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ ଆଜି କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଡକ୍ଟର ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଦିନ ୧୧ଟା ୫୦ରେ ଉତ୍‌କ୍ଷେପଣ କରାଯାଇଥିଲା।

୧୫ କିଲୋଟନ୍‌ରୁ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଅଗ୍ନି-୪ କ୍ଷେପଣାସ୍ତ୍ର ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ।

ଡିଆର୍‌ଡିଓ ଓ ଭାରତ ଡାଇନାମିକ୍ ଏଲ୍‌ଟିଡି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଗ୍ନି-୪ କ୍ଷେପଣାସ୍ତ୍ରର ଓଜନ ୧୭,୦୦୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ହେଉଛି ୨୦ ମିଟର। ଏହାକୁ ୨୦୧୪ ମସିହାରେ ସେନାରେ ସାମିଲ କରାଯାଇଛି।

୨୦୧୧ ନଭେମ୍ବର ୧୫ ତାରିଖରେ ଅଗ୍ନି-୪ର ପ୍ରଥମ ପରୀକ୍ଷଣ କରାଯାଇଥିଲା। ୨୦୧୪ ଡିସେମ୍ବର ୨ରେ ପ୍ରଥମ ଥର ଏହାର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।

Related story