ହୋଲିରେ ଅଘଟଣ: ପୋଖରୀରେ ବୁଡ଼ି ୫ ବାଳକ ମୃତ

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲିରେ ଅଘଟଣ ଘଟିଛି। ରଙ୍ଗ ଖେଳିବା ପରେ ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି। ରଙ୍ଗ ଖେଳ ପରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆଟପୁର ପଞ୍ଚାୟତ ହଂସିପାଟଣା ଗାଁର ୩ ଜଣ ବାଳକ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସାଇ ସ୍ୱରୁପ ରାଉତ(୯)ଙ୍କୁ ଡାକ୍ତର […]

attapur-child-death

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 07:28 PM IST

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲିରେ ଅଘଟଣ ଘଟିଛି। ରଙ୍ଗ ଖେଳିବା ପରେ ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି।

ରଙ୍ଗ ଖେଳ ପରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆଟପୁର ପଞ୍ଚାୟତ ହଂସିପାଟଣା ଗାଁର ୩ ଜଣ ବାଳକ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସାଇ ସ୍ୱରୁପ ରାଉତ(୯)ଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ତେବେ ଅନ୍ୟ ଦୁଇ ଜଣ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବଙ୍ଗାଳପୁର ପଞ୍ଚାୟତର ବାସୁଦେଇପୁର ପୋଖରୀରେ ବୁଡି ୨ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳି ଗାଧୋଉଥିବା ବେଳେ ଏହି ୧୨ ବର୍ଷର ଦୁଇ ବାଳକ ବୁଡ଼ି ଯାଇଥିଲେ। ମୃତ ବାଳକ ଦ୍ୱୟ ହେଲେ ବାସୁଦେଇପୁର ଗାଁର ନିରଞ୍ଜନ ନାୟକ ଏବଂ ଚଁପୁର ଗାଁର ଦୀପକ ସୂତାର। ମହାକାଳପଡ଼ା ବୋରିନାଥପୁର ଶାସନରେ ପୋଖରୀରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱର ଜିଜିପି କଲୋନୀ ଭାଗବତ ସନ୍ଧାନ ପୋଖରୀରେ ବୁଡି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଙ୍କୁଆଳ ନିକଟ କୁଆଖାଇ ନଦୀରେ ବୁଡି ଜଣେ ନିଖୋଜ ଥିବା ସୂଚନା ମିଳିଛି।

ହୋଲିରେ ଭୋଜି କରିବା ପାଇଁ ୪ ଜଣ ଯୁବକ ମହାନଦୀ ଟାପୁକୁ ଯାଉଥିଲେ। ତେବେ କଟକ ଡିଅର ପାର୍କ ଘାଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।

Related story