ଟ୍ରକ୍‌କୁ ପିଟିଲା ବସ୍‌: ଜଣେ ମୃତ, ୫ ଆହତ

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିତାପଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୀଳମାଧବ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବାରିପଦା ଯାଉଥିଲା। ଚିତାପଡ଼ା ନିକଟରେ ଡ୍ରାଇଭର ଏକ ଟ୍ରକ୍‌କୁ ଓଭରଟେକ୍ କରୁଥିଲେ। ତେବେ ଭାରସାମ୍ୟ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 07:54 AM IST

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିତାପଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନୀଳମାଧବ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବାରିପଦା ଯାଉଥିଲା। ଚିତାପଡ଼ା ନିକଟରେ ଡ୍ରାଇଭର ଏକ ଟ୍ରକ୍‌କୁ ଓଭରଟେକ୍ କରୁଥିଲେ। ତେବେ ଭାରସାମ୍ୟ ହରାଇ ବସ୍‌ଟି ଟ୍ରକ୍ ପଛରେ ପିଟି ହୋଇଥିଲା।  ସେରଗଡ଼ ଟୋଲ୍‌ଗେଟ୍‌ ନିକଟରେ ସମ୍ପୃକ୍ତ ଟ୍ରକ୍‌କୁ ପୋଲିସ ଜବତ କରିଛି।

ଡ୍ରାଇଭର ଫେରାର, ବସ୍ କିଛି ବାଟ ଗଡ଼ିଗଲା

ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍ ଫେରାର୍ ହୋଇଯାଇଥିଲେ। ବିନା ଚାଳକରେ ବସ୍‌ଟି କିଛି ବାଟ ଗଡ଼ିଗଡ଼ି ଯାଇ ରାସ୍ତା କଡ଼ରେ ରହିଯାଇଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ସୋରର ତଳନଗର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌ ଓ ଦୁଇଟି ବସ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ।

Related story