ଡାକ୍ତର ନାହାଁନ୍ତି, ଭଗବାନଙ୍କ ଭରସାରେ ଚାଲିଛି କୁଷ୍ଠ ରୋଗୀଙ୍କ ମେଡ଼ିକାଲ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କୁଷ୍ଠ ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାସତ୍ତ୍ୱେ କୁଷ୍ଠ କଲୋନୀରେ ରହୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀମାନେ ନିୟମିତ ଡ୍ରେସିଂରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 06:50 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କୁଷ୍ଠ ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାସତ୍ତ୍ୱେ କୁଷ୍ଠ କଲୋନୀରେ ରହୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀମାନେ ନିୟମିତ ଡ୍ରେସିଂରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ବାମପଦା କୋଷ୍ଠାଶ୍ରମ କଲୋନୀ। ଏହି କଲୋନୀରେ ୩୩ ପରିବାର ବାସ କରୁଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଘର ନଥିବାରୁ କିଏ ବାରଣ୍ଡାରେ ତ ଆଉ କିଏ ପଲିଥିନ୍‌ ତଳେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଯେଉଁ ଘର ଅଛି ସେଥିରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛନ୍ତି। ବର୍ଷା ହେଲେ କଥା ସରିଲା। ରାତି ସାରା ଅନିଦ୍ର ରହିବାକୁ ପଡ଼ୁଛି ବୋଲି ଅନ୍ତେବାସୀ ଅଭିଯୋଗ କରୁଛନ୍ତି।

ଜାନକୀ ମାରାଣ୍ଡି କହିଛନ୍ତି-“ଭଙ୍ଗା ଦଦରା ଘରେ ଜୀବନ ବିତୁଛି। ବର୍ଷା ଓ ପବନ ହେଲେ ଘର କାନ୍ଥ ଏବଂ ଛପର ହଲୁଛି। ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ତଥାପି ଜୀବନକୁ ବାଜି ଲଗାଇ ରୋଗାଗ୍ରସ୍ତ ସ୍ୱାମୀ ସହ ସେହି ଘରେ ରହିବାକୁ ପଡ଼ୁଛି।”

ଦାଶରଥୀ ନାୟକ କହିଛନ୍ତି-“ମଣିଷ ଖାଉ ବା ନଖାଉ ରହିବା ପାଇଁ ଘର ଖଣ୍ଡିଏ ଦରକାର। ଆଜି ପର୍ଯ୍ୟନ୍ତ ଆମକୁ ଘର ଖଣ୍ଡିଏ ମିଳିନାହିଁ। ନାନା ଅସୁବିଧାରେ ବଞ୍ଚୁଛୁ। ଏହାଛଡ଼ା ଆମ କଲୋନୀ ଦେଇ ବିଜୁଳି ଯାଇଛି। ମାତ୍ର ଆମେ ବିଜୁଳି ପାଇବାରୁ ବଞ୍ଚିତ ହେଉଛୁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସପ୍ତାହକୁ ଥରେ ଡାକ୍ତର ଆସୁଛନ୍ତି। ଯାହାଦ୍ୱାରା ଡ୍ରେସିଂ ହେବାରୁ ରୋଗୀ ବଞ୍ଚିତ ହେଉଛୁ।”

କୋଷ୍ଠ ରୋଗୀଙ୍କୁ ନିୟମିତ ଡ୍ରେସିଂ କରିବା ପାଇଁ କଲୋନୀରେ ଏକ ମେଡିକାର ନିର୍ମାଣ କରାଯାଇଥିଲା। ହେଲେ ସେହି ମେଡିକାଲରେ ଡାକ୍ତର କି କମ୍ପାଉଣ୍ଡର ନାହାନ୍ତି। ଡାକ୍ତର ସପ୍ତାହକୁ ଦିନେ ଆସି ଅଳ୍ପ ସମୟ ରହି ଚାଲି ଯାଉଛନ୍ତି। ଯାହାଦ୍ୱାରା ରୋଗୀମାନେ ଡ୍ରେସିଂ ହେବାରୁ ବଞ୍ଚିତ ହେଉଛନ୍ତି। ବେଳେ ବେଳେ ରୋଗୀମାନେ ଡ୍ରେସିଂ ହେବା ପାଇଁ ବାହାରକୁ ଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଲୋନୀ ଆଗ ଦେଇ ଯାଇଛି ବିଦ୍ୟୁତ ତାର। ମାତ୍ର କଲୋନୀରେ ବଲ୍‌ଟିଏ ଜଳୁନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

କୋଷ୍ଠ ରୋଗୀମାନେ ଭିକ୍ଷାବୃତ୍ତି କରି ଚଳନ୍ତି। ପରିବାରରେ ଯେଉଁମାନେ ସୁସ୍ଥ ଅଛନ୍ତି, ସେମାନେ ଦିନ ମଜୁରିଆ ଭାବେ କାମ କରନ୍ତି। ମାତ୍ର ବଜାରରେ ଦରଦାମକୁ ଦେଖିଲେ ସେହି ରୋଜଗାର ସମୁଦ୍ର ଶଙ୍ଖେ ସଦୃଶ ହୋଇଛି। କଲୋନୀର ବିଭିନ୍ନ ସମସ୍ୟା ନେଇ ଅନ୍ତେବାସୀ ବାରମ୍ୱାର ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ମାତ୍ର କିଛି ସୁଫଳ ମିଳୁନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

୧୯୮୨ ମସିହାରେ ହିନ୍ଦ କୁଷ୍ଠାଶ୍ରମ ତରଫରୁ ୩୦ ପରିବାର ପାଇଁ ଘର ନିର୍ମାଣ କରାଯାଇଥିଲା। ପରେ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ିଥିଲା। ଯାହାଦ୍ୱାରା ଘର ନପାଇ କୁଷ୍ଠରୋଗୀ ପରିବାର ବାରଣ୍ଡାରେ ତ ଆଉ କିଏ ପଲିଥିନ୍‌ ତଳେ ରହୁଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ତରଫରୁ ଏଠାରେ ଗୃହ ନିର୍ମାଣ ପାଇଁ ୭୪ ଲକ୍ଷ ଓ ପାଚେରି ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା। ହେଲେ ତାହା ଅନୁମୋଦନ ହୋଇପାରି ନଥିବାରୁ ଅର୍ଥ ମଞ୍ଜୁର ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos