ବନ୍ୟା ସ୍ଥିତି ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତିର ମୁକାବିଲା ନେଇ ବୁଧବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବର୍ଣ୍ଣରେଖାରେ ଏକ ବଡ଼ ଧରଣର ବନ୍ୟା ଆଶଙ୍କା ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ତେଣୁ ଏହି ନଦୀ ଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ […]

banyaa

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 07:42 AM IST

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତିର ମୁକାବିଲା ନେଇ ବୁଧବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବର୍ଣ୍ଣରେଖାରେ ଏକ ବଡ଼ ଧରଣର ବନ୍ୟା ଆଶଙ୍କା ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ତେଣୁ ଏହି ନଦୀ ଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଜଳ ସମ୍ପଦ ବିଭାଗ ସଚିବଙ୍କ ସୂଚନା ଅନୁସାରେ ବନ୍ୟା ଯୋଗୁଁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କ। ରହିଛି। ସେହିପରି ଯାଜପୁର ଜିଲ୍ଲା ଗଣେଷପୁରରେ ସୃଷ୍ଟି ହୋଇଥିବା ଘାଇ ମରାମତି କାମ ଚାଲିଛି। ଯାଜପୁର, ବାଲେଶ୍ୱରରେ ଏନଡିଆରଏଫ୍ ଟିମ୍ ପହଞ୍ଚି ସାରିଛନ୍ତି। ଯାଜପୁରକୁ ଓଡ୍ରାଫଟ ଟିମ୍ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଜି ରେଙ୍ଗାଲି ଡ୍ୟାମରୁ ପାଣି ଛଡ଼ା ଯିବନାହିଁ। ଆବଶ୍ୟକସ୍ଥଳେ ଆସନ୍ତାକାଲି ଛଡ଼ାଯିବ ବୋଲି ଜଳସମ୍ପଦ ସଚିବ କହିଛନ୍ତି। ଆଜିର ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ।

Related story