ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ଅନ୍ତର୍ଗତ କୁବେଡ଼େଗା ଗାଁରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କିରଣ ପ୍ରଧାନ (୨୩)। ସେ ଗତକାଲି କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଭେଡ଼େନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। କିରଣଙ୍କ ପରିବାର ଲୋକେ […]

bargarh-farmer-suicide

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 07:22 AM IST

ବରଗଡ଼: ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ଅନ୍ତର୍ଗତ କୁବେଡ଼େଗା ଗାଁରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କିରଣ ପ୍ରଧାନ (୨୩)। ସେ ଗତକାଲି କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଭେଡ଼େନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

କିରଣଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଫସଲହାନି ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି। କିରଣ ନିଜର ଏକ ଏକର ଜମି ଓ ସାତ ଏକର ଭାଗ ଜମିରେ ଧାନ ଚାଷ କରିଥିଲେ। ତେବେ କିଛି ଦିନ ତଳେ ଝଡ଼ତୋଫାନ ଓ ବର୍ଷାରେ ତାଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ ସେ ମ୍ରିୟମାଣ ହୋଇଯାଇଥିଲେ। ଫସଲ ନଷ୍ଟ ହୋଇଯିବା ପରେ ସେ ଋଣ ଟଙ୍କା ଶୁଝିବା ନେଇ ଚିନ୍ତାରେ ଥିଲେ। ଧାନ ଚାଷ କରିବା ପାଇଁ ସେ ୨ ଲକ୍ଷ ଟଙ୍କା ହାତଉଧାରୀ କରିଥିଲେ। ସେହି ଚିନ୍ତାରେ ସେ ଗତକାଲି କୀଟନାଶକ ଔଷଧ ପିଇ ଦେଇଥିଲେ।

ମୃତ କିରଣଙ୍କ ଭାଇ ବାବୁଲୁ ପ୍ରଧାନ କହିଛନ୍ତି,“ ସେ ୮ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ପ୍ରାୟ ୨ ଲକ୍ଷ ଟଙ୍କାର ହାତ ଉଧାର କରିଥିଲେ। ବର୍ଷା ଓ ଝଡ଼ତୋଫାନ ଯୋଗୁଁ ତାଙ୍କର ପ୍ରାୟ ଚାରି ପାଞ୍ଚ ଏକର ଜମିର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ତେଣୁ ଦୁଇ ତିନି ଦିନ ହେଲାଣି ତାଙ୍କ ମନ ଭଲ ନ ଥିଲା। ଦିନ ଯାକ ଜମି ପାଖରେ ବସି ବସି ଘରକୁ ଫେରୁଥିଲେ। ଗତକାଲି ସକାଳେ ଜମିକୁ ଯାଇଥିଲେ। ସେଠାରେ କୀଟନାଶକ ଔଷଧ ପିଇ ଦେଇଥିଲେ।”

ଏ ଘଟଣାକୁ ନେଇ ବରଗଡ଼ ଟାଉନ୍ ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କ

Related story