ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବାରଗଡ଼: ଚାଷରେ କ୍ଷତି ଓ ଋଣ ଭାର ସହି ନ ପାରି ଜଣେ ଚାଷୀ ବିଷ ପିଇ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ବରଗଡ଼ ଜିଲ୍ଲା କେନପାଲିର ଗାଁର ଖଇନୁ ବଗର୍ତ୍ତୀ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କେନପାଲି ଛକରେ ବରଗଡ଼-ରାୟପୁର ଏନ୍‌ଏଚ୍‌ ଅବରୋଧ କରିଥିଲେ। ଉପଜିଲ୍ଲାପାଳ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଚାଷରେ କ୍ଷତି ଓ […]

baragada-ra-farmar-sucid

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 10:50 PM IST

ବାରଗଡ଼: ଚାଷରେ କ୍ଷତି ଓ ଋଣ ଭାର ସହି ନ ପାରି ଜଣେ ଚାଷୀ ବିଷ ପିଇ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ବରଗଡ଼ ଜିଲ୍ଲା କେନପାଲିର ଗାଁର ଖଇନୁ ବଗର୍ତ୍ତୀ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କେନପାଲି ଛକରେ ବରଗଡ଼-ରାୟପୁର ଏନ୍‌ଏଚ୍‌ ଅବରୋଧ କରିଥିଲେ। ଉପଜିଲ୍ଲାପାଳ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଚାଷରେ କ୍ଷତି ଓ ଋଣ ଭାର ଯୋଗୁଁ ବଗର୍ତ୍ତୀ ସବୁବେଳେ ଚିନ୍ତାରେ ରହୁଥିଲେ। ସେଥିପାଇଁ ଗତ ରବିବାର ସେ ବିଷ ପାନ କରି ଗୁରୁତର ହୋଇପଡ଼ି ଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

Related story