ବାରିପଦା: ବିସ୍ଫୋରଣରେ ମହିଳା ଓ ଦୁଇ ଶିଶୁ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମାଙ୍କଡ଼ପଡ଼ା ଚେମଚଟା ଗାଁରେ ବିସ୍ଫୋରଣ ଘଟି ଜଣେ ମହିଳା ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କପ୍ତିପଦା ପୋଲିସ୍‌ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣରେ ମହିଳାଙ୍କ ଗୋଡ଼ ଓ ହାତ ପୋଡ଼ି ଯାଇଛି। ଚେମଚଟା ଗାଁର ଜଣେ ଲୋଧା ସମ୍ପ୍ରଦାୟର ମହିଳା ନିକଟସ୍ଥ ଜଙ୍ଗଲକୁ ଆଜି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ […]

exeplosation

Rakesh Mallick
  • Published: Saturday, 31 December 2016
  • , Updated: 01 January 2017, 07:11 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମାଙ୍କଡ଼ପଡ଼ା ଚେମଚଟା ଗାଁରେ ବିସ୍ଫୋରଣ ଘଟି ଜଣେ ମହିଳା ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କପ୍ତିପଦା ପୋଲିସ୍‌ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣରେ ମହିଳାଙ୍କ ଗୋଡ଼ ଓ ହାତ ପୋଡ଼ି ଯାଇଛି।

ଚେମଚଟା ଗାଁର ଜଣେ ଲୋଧା ସମ୍ପ୍ରଦାୟର ମହିଳା ନିକଟସ୍ଥ ଜଙ୍ଗଲକୁ ଆଜି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ସାମଗ୍ରୀ ପାଇ ଘରକୁ ନେଇ ଆସିଥିଲେ। ଏହା ବିସ୍ଫୋରକ ସାମଗ୍ରୀ ବୋଲି ସେ ଜାଣି ନ ଥିଲେ। ସାମଗ୍ରୀଟିକୁ ଘରକୁ ଆଣିବା ପରେ ତାଙ୍କର ଦୁଇ ପିଲା ତାକୁ ଖେଳଣା ବୋଲି ଭାବି ଖେଳୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ପଡୋଶୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related story