ବରିଷ୍ଠ ସାମ୍ୱାଦିକ ବରେନ୍ଦ୍ରକୃଷ୍ଣ ଧଳଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ୱାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ବରେନ୍ଦ୍ରକୃଷ୍ଣ ଧଳଙ୍କର ଆଜି ସକାଳେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।  ଗତକିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ପରଲୋକ ସମ୍ପର୍କିତ ଖବର ପାଇ ବହୁ ସାମ୍ୱାଦିକ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି  ସେ ଓଡ଼ିଆ ସାମ୍ୱାଦିକତା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର […]

death

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 12:17 PM IST

ଭୁବନେଶ୍ୱର: ବରିଷ୍ଠ ସାମ୍ୱାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ବରେନ୍ଦ୍ରକୃଷ୍ଣ ଧଳଙ୍କର ଆଜି ସକାଳେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।  ଗତକିଛି ଦିନ ହେବ ସେ ଅସୁସ୍ଥ ଥିଲେ।

ତାଙ୍କ ପରଲୋକ ସମ୍ପର୍କିତ ଖବର ପାଇ ବହୁ ସାମ୍ୱାଦିକ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି  ସେ ଓଡ଼ିଆ ସାମ୍ୱାଦିକତା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ବରେନ୍ଦ୍ରକୃଷ୍ଣଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରେନ୍ଦ୍ରକୃଷ୍ଣଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ବରିଷ୍ଠ ସାମ୍ୱାଦିକ ସାତକଡ଼ି ହୋତା କହିଛନ୍ତି,“ସାମ୍ୱାଦିକ ଓ ସାହିତ୍ୟ କ୍ଷେତ୍ରରେ ସେ ଯେଉଁ କାମ କରିଛନ୍ତି ତାହା ଅପୂରଣୀୟ ହୋଇ ରହିବ। ଓଡ଼ିଆ ଭାଷାର ବିକାଶ ପାଇଁ ଆମେ ଏକତ୍ର କାମ କରିଛୁ। ଆଜି ତାଙ୍କର ଅଭାବ ଆମେ ସମସ୍ତେ ଗଭୀର ଭାବେ ଅନୁଭବ କରିବୁ।”

 ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Related story