ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାହିତ୍ୟିକ ଦୀନନାଥ ପାଠୀଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାହିତ୍ୟିକ ଦୀନନାଥ ପାଠୀଙ୍କର ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ରାଜ୍ୟର ଚିତ୍ରକଳା ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ଦୀନନାଥ। ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଥିଲେ। ସେହିପରି ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟର ସେ ଚେୟାରମ୍ୟାନ୍‌ ଥିଲେ। ସେ ନିଜ ଆତ୍ମଜୀବନୀ ‘ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ’ ଲେଖିଥିଲେ। ‘ନୀଳ ହ୍ରଦର ଚିତ୍ରକର’,‘ସାୟୋନାରା’ ଓ […]

death

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 05:41 PM IST

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାହିତ୍ୟିକ ଦୀନନାଥ ପାଠୀଙ୍କର ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ରାଜ୍ୟର ଚିତ୍ରକଳା ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ଦୀନନାଥ। ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଥିଲେ। ସେହିପରି ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟର ସେ ଚେୟାରମ୍ୟାନ୍‌ ଥିଲେ। ସେ ନିଜ ଆତ୍ମଜୀବନୀ ‘ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ’ ଲେଖିଥିଲେ। ‘ନୀଳ ହ୍ରଦର ଚିତ୍ରକର’,‘ସାୟୋନାରା’ ଓ ‘ପୁନର୍ନବାର’ ପରି ପୁସ୍ତକ ମଧ୍ୟ ସେ ରଚନା କରିଥିଲେ।

ତାଙ୍କ ବିୟୋଗରେ କଳାପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା,  ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ  ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଚିତ୍ରଶିଳ୍ପୀ ଅସୀମ ବସୁ କହିଛନ୍ତି,“ଦୀନନାଥ ପାଠୀଙ୍କ ମୃତ୍ୟୁରେ କେବଳ ଚିତ୍ର ଜଗତରେ ନୁହେଁ ସଂସ୍କୃତି ଜଗତରେ ମଧ୍ୟ ଅପୂରଣୀୟ କ୍ଷତି ହୋଇଛି, ଯାହା ପୂରଣ ହେବା ସହଜ ନୁହେଁ।”

Related story