ସ୍ନୋ ସ୍ପ୍ରେ ବ୍ୟବହାର କରୁଛନ୍ତି କି? ସାବଧାନ! ଜୀବନ ଚାଲିଯାଇପାରେ

ନୂଆଦିଲ୍ଲୀ: ସ୍ନୋ ସ୍ପ୍ରେ ଆଜିକାଲି ସାଧାରଣ କଥା ହୋଇଗଲାଣି। ବାହାଘର, ଜନ୍ମଦିନ ଅବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଲୋକେ ସ୍ନୋ ସ୍ପ୍ରେ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଏହା କେତେ ବିପଜ୍ଜନକ? ସ୍ନୋ ସ୍ପ୍ରେ କେତେ ବିପଜ୍ଜନକ ତାହା ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଅନେକ ଭିଡିଓରୁ ସ୍ପଷ୍ଟ ଜାଣି ହେଉଛି। ସ୍ନୋ ସ୍ପ୍ରେରୁ ବାହାରୁଥିବା ଫୋମ୍ ଆପଣଙ୍କ ଜୀବନ ବି ନେଇ ଯାଇପାରେ। କାରଣ ଏଥିରେ ଏମିତି ଦହନଶୀଳ କେମିକାଲ୍‌ ସବୁ ରହିଛି ଯାହା […]

snowspray

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 12:25 PM IST

ନୂଆଦିଲ୍ଲୀ: ସ୍ନୋ ସ୍ପ୍ରେ ଆଜିକାଲି ସାଧାରଣ କଥା ହୋଇଗଲାଣି। ବାହାଘର, ଜନ୍ମଦିନ ଅବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଲୋକେ ସ୍ନୋ ସ୍ପ୍ରେ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଏହା କେତେ ବିପଜ୍ଜନକ? ସ୍ନୋ ସ୍ପ୍ରେ କେତେ ବିପଜ୍ଜନକ ତାହା ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଅନେକ ଭିଡିଓରୁ ସ୍ପଷ୍ଟ ଜାଣି ହେଉଛି। ସ୍ନୋ ସ୍ପ୍ରେରୁ ବାହାରୁଥିବା ଫୋମ୍ ଆପଣଙ୍କ ଜୀବନ ବି ନେଇ ଯାଇପାରେ। କାରଣ ଏଥିରେ ଏମିତି ଦହନଶୀଳ କେମିକାଲ୍‌ ସବୁ ରହିଛି ଯାହା କେକ୍ ଉପରେ ଲାଗିଥିବା କ୍ୟାଣ୍ଡେଲ ସଂସ୍ପର୍ଶରେ ଆସିବା ମାତ୍ରେ ନିଆଁ ଧରି ନିଏ ଓ ଏଥିଯୋଗୁଁ ଅଘଟଣ ଘଟିପାରେ।
ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ପୋଷ୍ଟ ହେଉଥିବା ସତ୍ତ୍ୱେ ଲୋକେ ସଚେତନ ହେଉ ନାହାନ୍ତି। ସମାନ ଭୁଲ୍‌ ଦୋହରାଉଛନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ଜଣେ ଯୁବକ କେକ୍ କାଟୁଛନ୍ତି। ସେହି ସମୟରେ ତାଙ୍କର ଜଣେ ସାଙ୍ଗ ସ୍ନୋ ସ୍ପ୍ରେ କରୁଛନ୍ତି। ସେ ସ୍ନୋ ସ୍ପ୍ରେ କରିବା ମାତ୍ରେ ତାହା ଜଳନ୍ତା କ୍ୟାଣ୍ଡେଲ୍ ସଂସ୍ପର୍ଶରେ ଆସି ନିଆଁ ଧରି ନେଉଛି। ଜନ୍ମଦିନ ପାଳୁଥିବା ଯୁବକଙ୍କ ମୁଣ୍ଡ ଓ ଦେହରେ ବି ନିଆଁ ଲାଗିଯାଉଛି।

https://www.youtube.com/watch?v=FufUi52vKpw

ଏବେ ଆଉ ଏକ ଭିଡିଓ ଦେଖନ୍ତୁ। ଏଥିରେ ଜଣେ ପିଲା ଜନ୍ମଦିନ ପାଳୁଥିବା ବେଳେ ସେହି ସ୍ନୋ ସ୍ପ୍ରେ ଯୋଗୁଁ ତା’ ମୁଣ୍ଡରେ ନିଆଁ ଲାଗିଯାଇଥିଲା।

https://www.youtube.com/watch?v=_AqJEx-x760
ଏଣୁ ନିଆଁଠାରୁ ସ୍ନୋ ସ୍ପ୍ରେକୁ ଯଥାସମ୍ଭବ ଦୂରେଇ ରଖନ୍ତୁ।

 

Related story