ପ୍ରେମର ପ୍ରତିଦାନ ଦେଲା ପ୍ରେମିକା, ପ୍ରେମିକକୁ ଟାଙ୍ଗିଆରେ ହାଣିଲା

ବରଗଡ଼:ଦୁହେଁ ଦୁହିଁକୁ  ପ୍ରେମ କରୁଥିଲେ।  ହୃଦୟ ଦେଇ ଭଲ ପାଉଥିଲେ।  ସମ୍ପର୍କ ନିବିଡ଼ ହେବା ପରେ ବିବାହ ପାଇଁ କଥା ଦିଆନିଆ ମଧ୍ୟ ହୋଇଥିଲା । ହେଲେ ହଠାତ୍ ଘଟଣାର ମୋଡ଼ ବଦଳିଗଲା। ପ୍ରେମିକଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ହୋଇଗଲା ପ୍ରେମିକା।  ତଥାପି ପ୍ରେମିକାଙ୍କୁ ଭୁଲି ପାରିଲାନି ପ୍ରେମିକ। ଦିନେ ବାପ ଘରକୁ ଆସିଥିବା ସେଇ ପ୍ରେମିକାଙ୍କୁ ଭେଟିବା ପାଇଁ ଧାଇଁ ଆସିଥିଲା ପ୍ରେମିକ। ପ୍ରତାରଣା ସତ୍ତ୍ୱେ ଅନେକ ଆଶା ଓ ବିଶ୍ୱାସ ନେଇ ଧାଇଁ […]

sukanti

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 10:04 PM IST

ବରଗଡ଼:ଦୁହେଁ ଦୁହିଁକୁ  ପ୍ରେମ କରୁଥିଲେ।  ହୃଦୟ ଦେଇ ଭଲ ପାଉଥିଲେ।  ସମ୍ପର୍କ ନିବିଡ଼ ହେବା ପରେ ବିବାହ ପାଇଁ କଥା ଦିଆନିଆ ମଧ୍ୟ ହୋଇଥିଲା । ହେଲେ ହଠାତ୍ ଘଟଣାର ମୋଡ଼ ବଦଳିଗଲା। ପ୍ରେମିକଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ହୋଇଗଲା ପ୍ରେମିକା।  ତଥାପି ପ୍ରେମିକାଙ୍କୁ ଭୁଲି ପାରିଲାନି ପ୍ରେମିକ। ଦିନେ ବାପ ଘରକୁ ଆସିଥିବା ସେଇ ପ୍ରେମିକାଙ୍କୁ ଭେଟିବା ପାଇଁ ଧାଇଁ ଆସିଥିଲା ପ୍ରେମିକ। ପ୍ରତାରଣା ସତ୍ତ୍ୱେ ଅନେକ ଆଶା ଓ ବିଶ୍ୱାସ ନେଇ ଧାଇଁ ଆସିଥିବା ପ୍ରେମିକ ପାଇଁ ଯେ ସେଦିନ ଶେଷ ଦିନ ଥିଲା ତାହା ତାକୁ ଜଣା ନ ଥିଲା। ପ୍ରେମିକାକୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଏହି ମତଭେଦରୁ ନୃଶଂସ ସାଜିଲା ପ୍ରେମିକା। ଆଉ ପ୍ରେମିକକୁ ବୀଭତ୍ସ ଭାବେ ହତ୍ୟା କରିଥିଲା।

ଯାହା ଏବେ ବରଗଡ଼ ଜିଲ୍ଲା ବାଟିମୁଣ୍ଡା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ବରଗଡ ଜିଲ୍ଲା ବାଟିମୁଣ୍ଡା ଗାଁ ର ସୁଶାନ୍ତ ନାୟକ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ। ପ୍ରେମିକା ସୁକାନ୍ତି ନିଜେ ସୁଶାନ୍ତଙ୍କୁ  ଟାଙ୍ଗିଆ ରେ ହାଣିଥିବା ପେଲିସ ଆଗରେ ସ୍ୱୀକାର କରିଛନ୍ତି।

ଏଥିରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ପୋଲିସ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନରୁ ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ତା’ରି ଭିତରେ ସୁକାନ୍ତି ର ବିବାହ ହୋଇଯାଇଥିଲା। ଦିନେ ଶ୍ୱଶୁର ଘରୁ ବାପ ଘରକୁ ଆସିଥିଲେ ସୁକାନ୍ତି।  ଘଟଣା ଦିନ ରାତିରେ ସୁଶାନ୍ତ ଘରର ଛପର ଫାଙ୍କ ଦେଇ ଘର ଭିତର ପଶିଥିଲା  ଉଭୟଙ୍କ ମଧ୍ୟରେ କିଛି ସମୟ କଥା ବାର୍ତ୍ତା ହେବା ପରେ କୌଣସି  କାରଣରୁ କଥା କଟାକଟି ହୋଇଥିଲ। ସେଥିରେ ରାଗିଯାଇ ସୁକାନ୍ତି ପାଖରେ ଥିବା ଟାଙ୍ଗିଆ ରେ ସୁଶାନ୍ତର ଜଙ୍ଘରେ ଆଘାତ କରିଥିଲେ ।  ଏଥିରୁ ପ୍ରଚୁର ରକ୍ତସ୍ରାବ ହେବାରୁ  ସୁଶାନ୍ତର ମୃତ୍ୟୁ ହୋଇଥିଲା।  ସୁଶାନ୍ତର ଭାଇ ଏ ବାବଦରେ ଲିଖିତ ଭାବେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ସୁକାନ୍ତି ନିଜେ ସୁଶାନ୍ତକୁ ମାରିଥିବା ମାନିବା ପରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏ ସମ୍ପର୍କରେ ବରଗଡ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related story