ଥଣ୍ଡା ଦିନେ ଖାଆନ୍ତୁ କଳା ଗାଜର, ମିଳିବ ଏହିସବୁ ଫାଇଦା

ଶୀତ ଦିନେ କଳା ଗାଜର ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କଳା ଗାଜରରେ ଏପରି କିଛି ତତ୍ତ୍ୱ ରହିଛି ଯାହା ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ। ଏଥିରେ ଏପରି କିଛି ମିନେରାନସ୍‌ ରହିଛି ଆଖିକୁ ସୁସ୍ଥ ରଖିଥାଏ। କଳା ଗାଜରରେ ଭିଟାମିନ୍‌ ଏ ରହିଛି। ଏହା ଖାଇବା ଦ୍ୱାରା ତ୍ୱଚା  ଉଜ୍ଜଳ ଦେଖାଯାଇଥାଏ। କଳା ଗାଜରକୁ ହାଲୁଆ କରି ଥଣ୍ଡା ଦିନେ ଖାଇପାରିବେ। ଆସନ୍ତୁ ଜାଣିବା କଳା ଗାଜର ଖାଇବା ଦ୍ୱାରା କ’ଣ ସବୁ […]

black

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 08:58 AM IST

ଶୀତ ଦିନେ କଳା ଗାଜର ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କଳା ଗାଜରରେ ଏପରି କିଛି ତତ୍ତ୍ୱ ରହିଛି ଯାହା ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ। ଏଥିରେ ଏପରି କିଛି ମିନେରାନସ୍‌ ରହିଛି ଆଖିକୁ ସୁସ୍ଥ ରଖିଥାଏ। କଳା ଗାଜରରେ ଭିଟାମିନ୍‌ ଏ ରହିଛି। ଏହା ଖାଇବା ଦ୍ୱାରା ତ୍ୱଚା  ଉଜ୍ଜଳ ଦେଖାଯାଇଥାଏ। କଳା ଗାଜରକୁ ହାଲୁଆ କରି ଥଣ୍ଡା ଦିନେ ଖାଇପାରିବେ। ଆସନ୍ତୁ ଜାଣିବା କଳା ଗାଜର ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

କୋଲେଷ୍ଟ୍ରରଲ୍‌ ସ୍ତର: କଳା ଗାଜର ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରରଲ ସ୍ତର ହ୍ରାସ କରିଥାଏ। ରାତିରେ ଖାଇବା ସମୟରେ ଗୋଟିଏ ଗ୍ଲାସ୍‌ କଳା ଗାଜର ଜୁସ୍‌ ପିଅନ୍ତୁ। ସୁସ୍ଥ ରହିବେ।

ପାଚନ କ୍ରିୟା: ଳା ଗାଜର ଖାଇବା ଦ୍ୱାରା ପେଟ ସମ୍ୱଦ୍ଧୀୟ ସମସ୍ୟା ହୋଇନଥାଏ। ଫଳରେ  ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

ଆଖିକୁ ସୁସ୍ଥ ରହେ: କଳା ଗାଜର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବାରେ ସହାୟକ ହୋଇଥାଏ।

ରକ୍ତ ସଫା କରେ: କଳା ଗାଜର ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରୂପେ ହୋଇଥାଏ। ଏହା ସହିତ ରକ୍ତ ସଫା ମଧ୍ୟ କରିଥାଏ।

ହୃଦୟକୁ ସୁସ୍ଥ ରଖେ: କଳା ଗାଜର ଖାଇବା ଦ୍ୱାରା ହୃଦୟ ସମ୍ପର୍କିତ ରୋଗରୁ ରକ୍ଷା ମିଳିଥାଏ। ଯଦି ହୃଦୟ ସ୍ପନ୍ଦନ ଜୋରରେ ହେଉଥିଲେ କଳା ଗାଜର ଖାଇବା ଦ୍ୱାରା ଉପଶମ ମିଳିଥାଏ।

Related story