ହୃଦ୍‌ଘାତକୁ ଅଟକାଇ ଦିଏ ବ୍ଲାକ୍‌ ଟି

ବ୍ଲାକ ଟି ପାନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର । ଏହା ହୃଦଯନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ପ୍ରତିଦିନ ୩ କପ୍ ବ୍ଲାକ ଟି ପିଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ୬୦ ପ୍ରତିଶତ ହ୍ରାସ ପାଇଥାଏ ବୋଲି ଜଣାପଡିଛି । ଏହାସହ ମଧୁମେହ ରୋଗରୁ ରକ୍ଷା ମିଳିଥାଏ । ଚା’ରେ ହେଲଦି ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ହୃଦଯନ୍ତ୍ରକୁ ସୁସ୍ଥ ରଖିଥାଏ। ଏହାସହ ଧମନୀରୁ ରକ୍ତ କ୍ଲଟ୍ ଜମିବାକୁ […]

k-111

k-111

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 09:56 AM IST

Sports

Latest News

ବ୍ଲାକ ଟି ପାନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର । ଏହା ହୃଦଯନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ପ୍ରତିଦିନ ୩ କପ୍ ବ୍ଲାକ ଟି ପିଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ୬୦ ପ୍ରତିଶତ ହ୍ରାସ ପାଇଥାଏ ବୋଲି ଜଣାପଡିଛି । ଏହାସହ ମଧୁମେହ ରୋଗରୁ ରକ୍ଷା ମିଳିଥାଏ ।

ଚା’ରେ ହେଲଦି ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ହୃଦଯନ୍ତ୍ରକୁ ସୁସ୍ଥ ରଖିଥାଏ। ଏହାସହ ଧମନୀରୁ ରକ୍ତ କ୍ଲଟ୍ ଜମିବାକୁ ଦିଏ ନାହିଁ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଓ ରକ୍ତବାହିନୀକୁ ସଂକୁଚିତ କରି ନ ଥାଏ। ରକ୍ତବାହିନୀ ଜରିଆରେ ମାଂସପେଶୀକୁ ଅକ୍ସିଜେନ୍ ମିଳିଥାଏ। ଏହି ରକ୍ତବାହିନୀ ଅବରୋଧ ହେଲେ ହୃଦଘାତ ହେବାର ଆଶଙ୍କା ଥାଏ। ପ୍ରତିଦିନ ବ୍ଲାକ ଟି ପିଇବା ଦ୍ୱାରା ରକ୍ତର ପରିସଞ୍ଚରନ ତନ୍ତ୍ର ସହ ଜଡିତ ରୋଗ ମଧୁମେହ ଟାଇପ 2 ହେବାର ସମ୍ଭାବନା କମି ଯାଇଥାଏ।

ଏହାସହ ବ୍ଲାକ୍ ଟିରେ ଏପରି କିଛି ଔଷଧୀୟ ଗୁଣ ରହିଛି ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କ୍ଷୀର ଚା’ ଅପେକ୍ଷା ବ୍ଲାକ୍ ଟି ଶରୀର ପାଇଁ ବେଶ୍ ଲାଭକାରୀ। ବ୍ଲାକ୍ ଟିରେ କ୍ଷୀର ମିଶୁ ନ ଥିବାରୁ ସହଜରେ ଶରୀରର ଓଜନ କମାଇଥାଏ। ମାନସିକ ଚାପ ହ୍ରାସ କରିବା ସହ ସତେଜତା ଆଣିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos