ସଦାନନ୍ଦ ବିଭାର ହତ୍ୟା ମାମଲାରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା: ଲାଞ୍ଜିଗଡ଼ ବଣ୍ଡଖାଲି ସଦାନନ୍ଦ ବିଭାର ହତ୍ୟା ମାମଲାରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ୍‌। ଏହା ସହିତ ଜରିମାନା ବାବଦକୁ ୫୦୦୦ ଟଙ୍କା ଲେଖାଏଁ ଦେବାକୁ ସେମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ନାଁ ଲାଏ ମାଝି। […]

bhabanipatana

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 02:17 PM IST

ଭବାନୀପାଟଣା: ଲାଞ୍ଜିଗଡ଼ ବଣ୍ଡଖାଲି ସଦାନନ୍ଦ ବିଭାର ହତ୍ୟା ମାମଲାରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ୍‌। ଏହା ସହିତ ଜରିମାନା ବାବଦକୁ ୫୦୦୦ ଟଙ୍କା ଲେଖାଏଁ ଦେବାକୁ ସେମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

ଏହି ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ନାଁ ଲାଏ ମାଝି। ଅନ୍ୟମାନେ ହେଲେ ବଣ୍ଡଖାଲି ଗାଁର ଦାଲି ମାଝି (୨୭), ଲବ ମାଝି (୪୫), ଡମ୍ବରୁ ମାଝି (୩୫), ଡମ୍ବବୁ ମାଝି (୩୫), ନରି ମାଝି (୪୦) ଓ କୋଟବୁନ୍ଦେଲ ଗାଁର ଧନଫୁଲ ମାଝି (୪୫)।

୨୦୧୪ରେ ସଦାନନ୍ଦଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା କରାଯାଇଥିଲା।

Related story