୪୪.୫ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ଗୋଟିଏ ଦିନର ତ୍ରାହି ପରେ ଉପକୂଳ ଓ ଆଭ୍ୟାନ୍ତରୀଣ ଓଡ଼ିଶାରେ ଆଜି ପୁଣି ତାତି ବଢିଛି। ୪୪ ଡିଗ୍ରୀ ସେଲସିୟସ ସହ ରାଜଧାନୀ ଭୁବନେଶ୍ୱର ଓ ଟିଟିଲାଗଡ ଆଜି ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ୪୪.୫ ଡିଗ୍ରୀ ସହ ଭବାନୀପାଟଣା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ତେବେ ଭୁବନେଶ୍ୱର ଓ କଟକ ପରି କିଛି ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ସାମାନ୍ୟ ବର୍ଷା ହେବାରୁ ତାପମାତ୍ରା ସାମାନ୍ୟ ହ୍ରାସ […]

temperature

Rakesh Mallick
  • Published: Sunday, 01 May 2016
  • , Updated: 02 May 2016, 02:11 AM IST

ଭୁବନେଶ୍ୱର: ଗୋଟିଏ ଦିନର ତ୍ରାହି ପରେ ଉପକୂଳ ଓ ଆଭ୍ୟାନ୍ତରୀଣ ଓଡ଼ିଶାରେ ଆଜି ପୁଣି ତାତି ବଢିଛି। ୪୪ ଡିଗ୍ରୀ ସେଲସିୟସ ସହ ରାଜଧାନୀ ଭୁବନେଶ୍ୱର ଓ ଟିଟିଲାଗଡ ଆଜି ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ୪୪.୫ ଡିଗ୍ରୀ ସହ ଭବାନୀପାଟଣା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ତେବେ ଭୁବନେଶ୍ୱର ଓ କଟକ ପରି କିଛି ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ସାମାନ୍ୟ ବର୍ଷା ହେବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା।

ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ତାଳଚେର ତାପମାତ୍ରା ୪୩.୭ ଡିଗ୍ରୀ ଥିବା ବେଳେ, ଢେଙ୍କାନାଳ ୪୩.୨, ବାଲେଶ୍ୱର ଓ ଝାରସୁଗୁଡା ୪୩, ଚାନ୍ଦବାଲି ୪୨.୭, ହୀରାକୁଦ ଓ ଅନୁଗୋଳ ୪୨.୧, କଟକ ୪୨, ସମ୍ବଲପୁର ୪୧.୯, କେନ୍ଦୁଝରଗଡ଼ ୪୧.୧, ଫୁଲବାଣୀ ୪୧ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

ଦାରିଙ୍ଗବାଡି, କୋରାପୁଟ, ପୁରୀ, ଗୋପାଳପୁର ଓ ପାରାଦୀପର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା।

ଅନ୍ୟପକ୍ଷରେ ଆସନ୍ତାକାଲି ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣି ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩୫ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି। ଯାଞ୍ଚ ରିପୋର୍ଟରୁ ୧୩ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।

Related story